ପିପିଲି ଥାନାରେ ଆମ ପୁଲିସ ସମିତିର ବୈଠକ; ଟ୍ରାଫିକ୍ ସମସ୍ୟା, ଧଳାଜହର ବିକ୍ରି ନେଇ ବୈଠକରେ ଉଦବେଗ
ପିପିଲି-ପିପିଲି ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆମ ପୁଲିସ ସଦସ୍ୟ ବିକ୍ରମ ସିଂହଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ପିପିଲି ଏସଡିପିଓ ଦେବଦତ ବରାଳ ଓ ଆଇଆଇସି ଶରତ କୁମାର ସାହୁ ସମିତିର ସଦସ୍ୟ, ସାଧାରଣ ଜନତା ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତି ରହିଥିଲେ । ବିଶେଷ କରି ପିପିଲି ଥାନା ଅଧିନସ୍ଥ ଆଖ ପାଖ ଅଞ୍ଚଳରେ ଧଳା ଜହର ବିକ୍ରି କୁ ନେଇ ବୈଠକରେ ଉଦବେଗ୍ ପ୍ରକାଶ ପାଇଥିଲା । ପିପିଲି ହାଟଚାଳି ସମେତ କଂଟି, କାକୁଡିଆ ଓ ମଙ୍ଗଳପୁର,ସାତସଂଖ ଅଂଚଳରେ ବ୍ୟାପକ ବ୍ରାଉନସୁଗାର ବିକ୍ରି ହେଉଥିବା ନେଇ ବୈଠକରେ ଉଦୃବେଗ ପ୍ରକାଶ ପାଇଥିଲା । ଏହାକୁ ରୋକିବା ପାଇଁ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୈଠକରେ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ପୁଲିସକୁ ପ୍ରସ୍ତାବ ଦେଇଥିଲେ । ଜନତାଙ୍କ ତରଫରୁ ଆସିଥିବା ସମସ୍ତ ଦାବି, ଅଭିଯୋଗ ଓ ପ୍ରସ୍ତାବକୁ ଲିପିବଦ୍ଧ କରାଯାଇ ତାହାକୁ ଜିଲ୍ଲା ଏସପିଙ୍କ ନିକଟକୁ ପଠାଯାଇ ସେ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯିବ ବୋଲି ପିପିଲି ଥାନାଧିକାରୀ ଶ୍ରୀସାହୁ କହିଛନ୍ତି । ସେହିଭଳି ଖୁବଶୀଘ୍ର ପୋଲିସ ତରଫରୁ ଏକ ଆମ ପୁଲିସ ସମିତି ହ୍ୱାଟସଆପ୍ ଗ୍ରୁପ୍ ଖୋଲି ସୂଚନା ଆଦାନ ପ୍ରଦାନ ଦିଗରେ କାର୍ଯ୍ୟ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ଶେଷରେ ବରିଷ୍ଠ ସାମ୍ବାଦିକ ପୁଣ୍ଣଚନ୍ଦ୍ର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର