Breaking News

ବିଶାଳ ଜନସମାବେଶ ଓ ଆଲୋଚନା ଚକ୍ର


- ପୁରୀ ଜିଲ୍ଲା ନିମାପଡ଼ା ଟାଉନ୍ ହଲ୍ ମୁକ୍ତାକାଶ ରଙ୍ଗମଞ୍ଚରେ ଜାତୀୟ ଦଳିତ ଆଦିବାସୀ ମାଇନୋଟି ମହାସଂଙ୍ଗ ତରଫରୁ ଏକ ବିଶାଳ ଜନସମାବେଶ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଦଳିତ ମହାସଂଘ ପକ୍ଷରୁ ହଜାର ହଜାର ମହିଳା ଓ ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ ନିମାପଡ଼ା ଜୟଶ୍ରୀ ଛକନିକଟରରୁ ଵାହାରି ସମ୍ବିଧାନ ସୁରକ୍ଷା ଆମର ଦାବି ନାରାବାଜି ଦେଇ ନିମାପଡ଼ା ବଜାର ପରିକ୍ରମା କରିବା ସହ ନିମାପଡ଼ା ଟାଉନହଲ ଠାରେ ପହଞ୍ଚି ଥିଲେ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦଳିତ ମହାସଂଘର ରାଜ୍ୟ ସଭାପତି ବିଜୟ ସେଠୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଶାସନ କାଳରେ ଜନସାଧାରଣ , ଗଣମାଧ୍ୟମ, ସମ୍ବିଧାନ କେହି ସୁରକ୍ଷା ନୁହନ୍ତି ବୋଲି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏପଟେ ସମ୍ମାନିତ ଅତିଥିଭାବେ ରାଜ୍ୟ ସଂପାଦିକା ସୋନିଲତା ସେଠୀ ଯୋଗ ଦେଇ ସରକାରଙ୍କ  ନାରୀମାନଙ୍କ ପ୍ରତି ବିଭିନ୍ନ ଯୋଜନା ବିଫଳ ହେବା, ଏନ୍ ଆର୍ ସିଂ,ସିବିଏ  ଏବଂ ଗଣମାଧ୍ୟମ ଉପରେ ଅତ୍ୟାଚାର ନେଇ ଆଜିର ଏ ଆଲୋଚନା ଚକ୍ର ବୋଲି କହିଥିଲେ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦଳିତ ସମାଜର ଫନିରେ କ୍ଷତି ଗ୍ରସ୍ତ ହୋଇଥିବା ଫନି ସହାୟତା ବାଟବଣା ପ୍ରତି ଧ୍ୟାନ ନଦେବେ ଆଗକୁ ଦଳିତ ଆଦିବାସୀ ମହାସଂଘ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି  ମହାସଂଘର ରାଜ୍ୟ ସହ ସମ୍ପାଦକ। ଏହି ଆଲୋଚନା ଚକ୍ରରେ କାର୍ଯ୍ୟରତ ବରିଷ୍ଟ ସାମ୍ବାଦିକ ଭାବେ ବିରଞ୍ଜନ ମଲ୍ଲିକ, ଜୟନ୍ତ କୁମାର ସେଠୀ , ପ୍ରସାନ୍ତ ରାଓ, ସୁନିଲ ମିଶ୍ର  ପ୍ରମୁଖ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts