୨୦୦୧ ମ୍ୟାଟ୍ରିକ ବ୍ୟାଚର ଦ୍ଵାଦଶ ତମ ବନ୍ଧୁମିଳନ...
ବରଗଡ଼----ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଗମ୍ଭାରୀପାଲି ଆମ୍ବ ତୋଟାରେ ୨୦୦୧ମାଟ୍ରିକ ବ୍ୟାଚ ର ଦ୍ଵାଦଶତମ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଥମେ ସ୍ବର୍ଗତ ଗୁରୁଜୀ ତଥା ସାଙ୍ଗମାନଙ୍କର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ବନ୍ଧୁମିଳନ ଉତ୍ସବରେ ପୂର୍ବତନ ଗୁରୁଜୀ ଭରତ ସରାଫ, କପିଳେଶ୍ୱର ବାଗ, ତ୍ରିନାଥ ମହାକୁର ଓ ଜଗଦୀଶ ଥାଟି ଯୋଗ ଦେଇଥିଲେ। ଏହି ସଭାରେ ଭରତ ସରାଫ ଛାତ୍ରଛାତ୍ରୀ ମାନଙ୍କୁ ଭଲଭାବେ ମିଳିମିଶି ରହିବା ଓ ଯେଉଁ ସାଙ୍ଗମାନେ ଦୂରଦୂରାନ୍ତରେ ଅଛନ୍ତି ସେମାନଙ୍କୁ ମଧ୍ୟ ଏହି ବନ୍ଧୁମିଳନରେ ଯୋଗ ଦେବାପାଇଁ ମଧ୍ୟ କହିଥିଲେ । କପିଳେଶ୍ୱର ବାଗ ତାଙ୍କ ଲିଖିତ ଏକ କବିତା "ନକଲି" ପାଠ କରି ବା ସହ ସଜାଗ ରହି ଜୀବନଯାପନ କରିବାକୁ ପରାମର୍ଶ ଦେଇଥିଲେ। ଟିକେଶ୍ୱର ସୁଶାରୀ,ପିତବାସ କର୍ଣ,ବଳରାମ ନାଏକ,ସୁଧାଂଶୁ ଭୋଇ ବନ୍ଧୁମିଳନରେ ସହଯୋଗ ବାବେ ରହିଥିବାବେଳେ ସବୁ ବର୍ଷ ବନ୍ଧୁମିଳନ କରିବାପାଇଁ ନିଜ ନିଜର ମତ ରଖିବା ସହ ସାଙ୍ଗ ମାନଙ୍କୁ ଅନୁରୋଧ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୁକେଶ ପ୍ରଧାନ,ଅମିତ ନାଏକ,ଶାସତ କର୍ଣ ରହିଥିବାବେଳେ ଶେଷରେ ରତନ କୁମାର ସାହୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ