 |
Puri |
ପୁରୀ ------ପାକିସ୍ତାନ ରେ ରହୁଥିବା ହିନ୍ଦୁ ମାନେ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ୧୧୩ ଜଣ ହିନ୍ଦୁ ପୁରୁଷ ଓ ମହିଳା ଆସିଛନ୍ତି। ଓଡିଶା ଇଣ୍ଟର ନ୍ୟାସନାଲ ସେଣ୍ଟର ସଂଗଠନ ସହାୟତାରେ ପାକିସ୍ତାନ ର ହିନ୍ଦୁ ମାନେ ଆସିଛନ୍ତି। ପ୍ରତିବର୍ଷ ଏହି ସଂଗଠନ ପାକିସ୍ତାନୀ ହିନ୍ଦୁ ମାନଙ୍କୁ ଆଣି ଜଗନ୍ନାଥ ଦର୍ଶନ ସମେତ ଭାରତ ର ବିଭିନ୍ନ ତୀର୍ଥ ସ୍ଥଳି ବୁଲିବାର ବ୍ୟବସ୍ଥା କରିଥାନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଭଲ ସଂପର୍କ ଓ ଭାଇ ଚାରା ର ବାର୍ତା ରଖିବା ଏହି ଯାତ୍ରା ର ଉଦେଶ୍ୟ। ପାକିସ୍ତାନୀ ହିନ୍ଦୁ ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଭଲ ସଂପର୍କ ନେଇ ମହାପ୍ରଭୁଙ୍କ ନିକଟ ରେ ସେମାନେ ପ୍ରାର୍ଥନା କରିଛନ୍ତି ବୋଲି ପାକିସ୍ତାନରୁ ଆସିଥିବା ହିନ୍ଦୁ ମାନେ କହିଛନ୍ତି ।