Breaking News

ରଙ୍ଗବଟିଆ ଗାଁର ଦୁଃଖ କେବେ ସୁଧୁରିବ


 N Das
Baragarh 
 ବରଗଡ଼------  ଅପହଞ୍ଚ ଇଲାକାର କରୁଣ କାହାଣୀ,ଆମେ କହୁନାହୁଁ ଏଇ ଗାଁ କହୁଛି। ଗାଁ ଟି ହେଲା ଚାନ୍ଦିଲି ପାହାଡ଼ର ନିଘଞ୍ଚ ଅରଣ୍ୟ ତଳେ ତଥା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତ ଯୋଗିପାଲି ଗାଁର ରଙ୍ଗବଟିଆ ପଡା। ଏହି ପଡାଟି ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ଅବସ୍ଥାପିତ ହୋଇଥିଲେ ହେଁ ବିଜୁଳି ଆଲୁଅ ଏମାନଙ୍କ ପାଇଁ  ସ୍ୱପ୍ନ। ଏହି ପଡାରେ ରହନ୍ତି ୩୫ଟ୍ଟି ପରିବାର । ଏହି ପଡାକୁ ରାସ୍ତାଘାଟ ନାହିଁ କି ପିଇବା ପାଣି ଟୋପେ ନାହିଁ। ୧୯୯୮ ମସିହାରେ ପଞ୍ଚାୟତ ପକ୍ଷରୁ ଏକ ନଳକୂପ ଖନନ ହେଇଥିଲା ଯାହା ଦୀର୍ଘ ଦିନରୁ ଅଚଳ।ଲୋକେ ଖୋଲା କୂଅରୁ ପାଣି ବ୍ୟବହାର କରି ନାହିଁ ନଥିବା ଅସୁବିଧାର ସମ୍ବୁଖିନ ହୋଉଛନ୍ତି । ସେହି ପାଣି ପିଇ କେତେଯେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରି ସାରିଲେଣି ତାର ହିସାବ ବ୍ଲକ ପ୍ରଶାସନ ପାଖରେ ନାହିଁ । ସେମିତି ଏକ ଅଭାବନୀୟ ଘଟଣା ଘଟିଯାଇଛି ଉକ୍ତ ପଡା ଗ୍ରାମରେ । ‌ ଏକ ପରିବାର ବାପା,ମା ଓ  ୭ ଭାଇ ଭଉଣୀଙ୍କୁ ନେଇ ଦୁଃଖେ କଷ୍ଟେ ଚଳୁଥିଲେ। ବର୍ଷକ ଆଗରୁ ବାପାଙ୍କୁ ହରାଇ ଏବେ  ପୁଣି ଗତ ୫ଦିନ ହେବ ମାଁ ବି କିଡନି ରୋଗରେ ଆକ୍ରାନ୍ତ ହୋଇ କୁନି କୁନି ପିଲାମାନଙ୍କୁ ମାଁ ଛେଉଣ୍ଡ କରିଦେଇ ମୃତ୍ୟୁବରଣ କରି ଚାଲିଗଲେ ଆର ପାରିକି । ଘରର ବଡ ଝିଅ ସୁଜାତା(୧୫) ବର୍ତ୍ତମାନ ବାପା ମା ମୃତ୍ୟୁ ହେବା ପରେ ଏବେ ନିଜ ମୁଣ୍ଡ ଉପରେ ସାନ ୬ଭାଇ ଭଉଣୀଙ୍କ   ବୋଝ । ଖେଳିବା ବୟସରେ କେମିତି ଯତ୍ନ ନେବେ କାହାରି ଆଶ୍ରାରେ ରହିବେ ସୁଜାତା ଏବେ ଚିନ୍ତାରେ। ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts