ବଳଙ୍ଗା ଥାନା ଏ ଏସ ଆଇ ଗିରଫ ପରେ ଅଭିଯୋଗ କାରିଣୀ କଥା ବଦଳେଇଲେ
ପୁରୀ ----- ବଳଙ୍ଗା ଥାନା ଏ ଏସ ଆଇ ଚିତ ରଞ୍ଜନ ଦାଶ ଙ୍କୁ ଗତକାଲି ଏକ ଦୁଷ୍କର୍ମ ଅଭିଯୋଗ ମାମଲା ରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଅଭିଯୁକ୍ତ asi ଚିତ ରଞ୍ଜନ ଏ ନେଇ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଦୁଷ୍କର୍ମ ଅଭିଯୋଗ ମିଛ। ତାଙ୍କୁ ଷଡଯନ୍ତ୍ର କରି ମିଥା ମାମଲା ରେ ଫସାଇ ଦିଆ ଯାଇଛି। ଏ ଏସ ଆଇ ଗିରଫ ହେବାର କିଛି ସମୟ ପରେ ଅଭିଯୋଗ କାରିଣୀ ନିଜ ମତ ବଦଳାଇ ଦେଇଛନ୍ତି । ସେପଟେ ଏହି ଘଟଣା ରେ ଏକ ନୂଆ ମୋଡ଼ ମଧ୍ୟ ଆସିଛି। ପିଡିତା ମହିଳା ଙ୍କୁ ଦୁଷ୍କର୍ମ ହୋଇ ନ ଥିବା ନିଜେ ପିଡିତା ମାଜିଷ୍ଟ୍ରେଟ ଙ୍କ ସାମନାରେ ୧୬୧ ଆଧାର ରେ ବୟାନ ଦେଇ ଛନ୍ତି। ଏପରିକି ଗତକାଲି ମେଡ଼ିକାଲ କୁ ଡାକ୍ତରୀ ମାଇନା ପାଇଁ ଆସିବା ପାଇଁ ମନା କରିଥିବା ପୁରୀ ଏସପି କହିଛନ୍ତି। ତେବେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇ ଥିବା ବେଳେ ପୋଲିସ ର ଅଗାମୀ ପଦକ୍ଷେପ ଉପରେ ଏବେ ସମସ୍ତେ ଙ୍କ ନଜର ରହିଛି । ଗୋଟିଏ ପକ୍ଷେ ଏ ଏସ ଆଇ ଗିରଫ ଅନ୍ୟ ପକ୍ଷେ ପିଡିତା ମତ ବଦଳାଇ ଦେଇଛନ୍ତି, ପୋଲିସ ଏବେ ଦେଛକିରେ ।
ପୁରୀ ରୁ ଜୟନ୍ତ କୁମାର ସେଠୀ