Breaking News

ମୁନ୍ନାଫା ଲୋଭରେ ଧନଜୀବନକୁ ବେଖାତିର; ବେଆଇନ ଭାବେ ଓଭର ଲୋଡ଼


 ବରଗଡ଼ ----- ବରଗଡ଼ ଜିଲ୍ଲା ଅତାବିରା ରେ ବିନା ଟେଣ୍ଡରରେ ଚାଲିଛି ଚୋରା ବାଲି ମାଟି ଚାଲାଣ। ଦିନେ ଯେଉଁଠି ଖଣି ଓ ଶିଳ୍ପ ଗଢି ଉଠିଥିଲା ଆଜି ତାହା ଅଭିଶପ୍ତରେ ପରିଣତି। ପ୍ରଦୂଷଣର ବିଷ ବଳୟରେ ସଢ଼ୁଛନ୍ତି  ଅତାବିରାବାସୀ । ପରିବହନ ବିଭାଗର କିଛି ଅସାଧୁ ଅଧିକାରୀ ମାନଙ୍କର ସଲସୁତୁରା ଯୋଗୁଁ ଏଭଳି ବିପଜ୍ଜନକ ଓଭରଲୋଡ଼ ପରିବହନ ଚାଲିଛି । ଓଭର ଲୋଡିଂ ଯୋଗୁ ଭାରସାମ୍ୟ ହରାଇ  ଅନେକ ଦୁର୍ଘଟଣା ଘଟିଲାଣି ତାହାର ହିସାବ କାହାରି ପାଖରେ ନାହିଁ।ତଥାପି ମଧ୍ୟ ଅତାବିରାର ଅନେକ ସଂକୀର୍ଣ୍ଣ ରାସ୍ତା ତଥା ୫୩ନଂ ଜାତୀୟ ରାଜପଥ ରେ ଦୈନିକ ଚୋରା ବାଲି, ଗେଟି,ମାଟି ପ୍ରଭୁତି ଓଭର ଲୋଡ଼ ଗାଡି ଦିନ ଦ୍ବୀପହରରେ ଯାତାୟତ କରୁଛି ।  ସ୍ଥାନୀୟ ପ୍ରଶାସନ ଏବଂ ପରିବହନ ବିଭାଗ ମାସିକିଆ ବଟି ନେଇ ଚୁପ ହୋଇ ବସିଛନ୍ତି ବୋଲି ଲୋକମାନେ  କହନ୍ତି । 
  ଜଣେ ଗରିବ ବ୍ୟକ୍ତି ଗାଡ଼ି ମାଟି,ବାଲି,ଗେଟି ନେବାକୁ ହେଲେ ତା ପାଇଁ ଅନେଜ ଆଇନ ଦେଖାଇ ବଟି ଆଦାୟ କରୁଥିବା ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।ହେଲେ ବଡ଼ ବଡ଼ ବାବୁ ମାନେ ଦିନ ଦ୍ବୀପହରେ ଏସବୁ ଚୋରାଇ ନେଇ ଚାଲିଛନ୍ତି। ଏବେ ବରଗଡ଼ଜିଲ୍ଲା ସମସ୍ତ ବାଲି ଘାଟର ଟେଣ୍ଡର ହେଇ ନଥିଲେ ହେଁ କିପରି ଭାବେ ଏସବୁ ଚାଲାଣ ହେଉଛି ତାହା ଆଶ୍ଚର୍ଯ୍ୟ କରିଛି ଜନସାଧାରଣଙ୍କୁ । ମୁନ୍ନାଫା ଖୋର ପରିବହନ କାରୀ ମାନେ ଚଞ୍ଚକତା କରି ଗାଡି ଗୁଡିକର ୫୮୦ଘନ ମିଟର ବିଶିଷ୍ଟ ଗାଡି ଗୁଡ଼ିକରେ  ୭୦୦/୮୦୦ ଘନ ମିଟର ବୃଦ୍ଧି କରାଯାଇଛି ।ଏବେ ପ୍ରଶାସନିକ ନୀରବତା ଓ ବିଭାଗୀୟର ଅବହେଳା କାରଣରୁ ମୁନ୍ନାଫା ଖୋର ପରିବହନ କାରି ଏବଂ ବ୍ୟବସାୟୀଙ୍କୁ ଏହା କୋଟି କୋଟି ଟଙ୍କା ରୋଜଗାର କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଛି। ଏଇ ଭାରି ଓଜନ ଗାଡି ଯୋଗୁଁ ରାସ୍ତାଗୁଡିକ ନଷ୍ଟ ହେଉଥିବାର ଜଣାପଡିଛି । ଅନ୍ୟ ପକ୍ଷେ  ଚୋରା ବାଲି, ମାଟି,ଗେଟି ଗାଡି ଗୁଡିକ ଓଭର ଲୋଡ଼ କରୁଥିବାରୁ ସରକାର ପ୍ରତ୍ୟେକ ମାସରେ କୋଟି କୋଟି ଟଙ୍କାର  ରାଜସ୍ବ ହରାଉଛନ୍ତି।  ଅଞ୍ଚଳକୁ ପରିବହନ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ ହେଉନାହିଁ । କେବଳ ସେତିକି ନୁହେଁ ଓଭର ଲୋଡ଼ ଗାଡ଼ିଗୁଡିକର ପରମିଟ, ଇନ୍ସୁରାନ୍ସ, ଫିଟନେଶ,ଚାଳକର ଲାଇସେନ୍ସ ମଧ୍ୟ ଯାଞ୍ଚ କରାଗଲେ ଅନେକ ଗାଡି  ଧରାପଡ଼ି ପାରନ୍ତା ବୋଲି ଲୋକମାନେ କହନ୍ତି ।ତେବେ  ଦେଖିବାକୁ ବାକି ରହିଲା ଯେ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କ ନିଦ କେବେ ଭାଙ୍ଗୁଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts