Breaking News

ଦଶପଲ୍ଲା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ



ନୟାଗଡ଼   --- ନୟାଗଡ଼ ଜିଲ୍ଲା ଦଶପଲ୍ଲା  ଗାନ୍ଧି ପଡିଆରେ  ୨୧ ତମ ରାଜ୍ୟସ୍ତରୀୟ ଦଶପଲ୍ଲା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ସ୍ପୋର୍ଟିଭ୍ ସ୍ପୋର୍ଟସ୍ ସୋସାଇଟି ଆନୁକୂଲ୍ୟରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ସ୍ପୋର୍ଟିଭ୍ ସ୍ପୋର୍ଟସ୍ ସୋସାଇଟି, ଦଶପଲ୍ଲା ଏବଂ ମଙ୍ଗଳା କ୍ଲବ, କଟକ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ସ୍ପୋର୍ଟିଭ୍ ସ୍ପୋର୍ଟସ୍ ସୋସାଇଟି ମଙ୍ଗଳା କ୍ଲବ, କଟକକୁ ୧-୦ ଗୋଲରେ ପରାସ୍ତ କରିଛି । ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ବବିତା ସାହୁ ଯୋଗଦେଇଥିଲେ । କ୍ରିଡାଶିକ୍ଷକ ରାଜୁ ମହାନ୍ତି, ରବିନ୍ଦ୍ର ନାଥ ନାୟକ, ପ୍ରସନ୍ନ କୁମାର ନାୟକ ଏବଂ କୈଳାସ ବରାଡ ଖେଳ ପରିଚାଳନା କରିଥିଲେ । ଆସନ୍ତାକାଲି ସ୍ପୋର୍ଟିଭ୍ ସ୍ପୋର୍ଟସ୍ ସୋସାଇଟି, ଦଶପଲ୍ଲା ଏବଂ ୟୁନାଇଟେଡ୍ କ୍ଲବ, ଭଦ୍ରକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି  ।
 ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts