ପୁରାତନ ଛାତ୍ରଛାତ୍ରୀମାନଙ୍କ ୧୦ମ ବାର୍ଷିକ ବନ୍ଧୁମିଳନ ଉତ୍ସବ
କୁଜଙ୍ଗ---- ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ମାଧ୍ୟମିକ ପରୀକ୍ଷଣ ବିଦ୍ୟାଳୟ ଜଗତ୍ସିଂହପୁର ମିଳିତ ସହଯୋଗରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ୧୦ମ ବାର୍ଷିକ ବନ୍ଧୁମିଳନ ଉତ୍ସବ ଶ୍ରୀ ଶ୍ରୀ ବଳଦେବ ଜୀଉ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶକ୍ତିପ୍ରସାଦ ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଅମିତା ଦତଙ୍କ ସଭାପତିତ୍ୱ କରିଥିଲେ । ଶିକ୍ଷୟିତ୍ରୀ ଅଞ୍ଜନା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ମଞ୍ଜୁ ଦାସ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରାଙ୍ଗ ଚରଣ ରାଉତ, ସମ୍ମାନିତ ଅତିଥିଭାବେ ବସନ୍ତ ସାହୁ, ଅଙ୍ଗୁରବାଳା ନନ୍ଦି ଓ ଅବସରପ୍ରାପ୍ତ ଶିକ୍ଷକ ଶରତ କୁମାର ସାହୁ, ଇନ୍ଦୁପ୍ରଭା ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ । ଅତିଥିଙ୍କ ଦ୍ୱାରା ବାର୍ଷିକ ସ୍ମରଣିକା “ସ୍ମୃତି ଅର୍ଘ୍ୟ” ଉନ୍ମୋଚନ କରାଯିବା ସହ ଜିଲ୍ଳାର କୃତୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ô ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କୃତୀ ଶିକ୍ଷକ ରୁଦ୍ରପ୍ରସନ୍ନ ପତି ଧନ୍ୟବାଦ ଅର୍ପଣ କରିଥିଲେ ।
ଜଗତସିଂହପୁରୁରୁ ପ୍ରଳୟ କୁମାର ମହାପାତ୍ର