Breaking News

ହିଞ୍ଜିଳି ରେ ବଢୁଛି ଚୋରୀ ତଥାପି ଅଞ୍ଚଳ ବାସୀଙ୍କ ଥାନା ଉପରେ ରହିଛି ଭରଷା


 D Senapati
Sakhigopal 
ହିଞ୍ଜିଳିକାଟୁ  --- ହିଞ୍ଜିଳିକାଟୁ ୫୯ ନଂ ଜାତୀୟ ରାଜପଥ କଡରେ ଥିବା ଭାରତ ପେଟ୍ରୋଲ ପମ୍ପ ନିକଟସ୍ଥ ମାଗତା ପାଣିଗ୍ରାହୀଙ୍କ ଚା ଓ ପାନ ଦୋକାନରୁ ଚୋରି ହୋଇଛି । ଦୋକାନ ତାଲା ଭାଙ୍ଗି ନଗଦ ୨୨ ହଜାର ଟଙ୍କା ଓ ବିଭିନ୍ନ ପ୍ରକାର ଦୋକାନ ସାମଗ୍ରୀ ଚୋରୀ ହୋଇଛି । ପ୍ରତି ଦିନ ପରି ଗୁରୁବାର ଭୋର ପ୍ରାୟ ୪ଟାରେ ଦୋକାନକୁ ଆସି ଦେଖିଲା ବେଳକୁ ଦୋକାନ ତାଲା ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ । ଘଟଣା ନେଇ ଦୋକାନୀ ମାଲିକ ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ବେଳେ ଏ ନେଇ ହିଂଜିଳି ଥାନାରେ ନଂ -୯/୨୦ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣା ସ୍ଥଳରେ ପହଁଚି ପ୍ରାଥମିକ ତଦନ୍ତ ଚଳାଇଛି । ଏହି ଘଟଣା ରେ ଯଥାଶୀଘ୍ର ଚୋରକୁ ଗିରଫ କରାଯିବ ବୋଲି ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଥିବା ବେଳେ ହିଞ୍ଜିଳି ଥାନା ଅଞ୍ଚଳ ରେ ଚୋର, ଲୁଟେରାଙ୍କୁ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଗତ ୭ ମାସ ମଧ୍ୟ ରେ ଥାନା ଇଲାକା ରେ ୨୦ରୁ ଉର୍ଦ୍ଧ୍ୱ ଘର, ଦୋକାନ ରୁ ଚୋରୀ ହୋଇଛି । ବେଳେ ଆଶା ଅନୁସାରେ ଚୋର ଗିରଫ ହୋଇଛି ନା ଚୋରୀ ହୋଇଥିବା ଟଙ୍କା ଓ ସାମଗ୍ରୀ ଉଦ୍ଧାର ହୋଇଛି ତଥାପି ଲୋକ ମାନଙ୍କ ରସଭରଷା ରହିଛି ପୋଲିସ ଉପରେ । ସେହି ଭଳି ବ୍ରାହ୍ମଣଛାଇ ଗ୍ରାମ ରେ ଗତ ନଭେମ୍ବର ମାସ ରେ ଗୌରହରି ଦାସ ଙ୍କ ଘରୁ ୧୨ ଭରି ଓଜନର ସୁନା ଓ ରୂପା ଅଳଙ୍କାର ଚୋରୀ ହୋଇଥିଲେ ମଧ୍ୟ ଲୁଟେରାଙ୍କୁ କାବୁ କରିବାରେ ସ୍ଥାନୀୟ ପୋଲିସ ପ୍ରଶାସନ ଏଯାବତ୍ ସକ୍ଷମ ହୋଇ ପାରିନଥିବା ଜଣାପଡ଼ିଛି । ପୋଲିସ ହାତ ଏବେବି ଖାଲି ପଡ଼ିଛି ।   
ଧୀରେନ୍ଦ୍ର ସେନାପତି

Popular Posts