ଫିଟ ଇଣ୍ଡିଆ ସାଇକ୍ଳୋଥନ ଓ ବ୍ଳକ ସ୍ତରୀୟ ୟୁଥ କନଭେନସନ ଅନୁଷ୍ଠିତ
ସାକ୍ଷୀଗୋପାଳ ----- ସତ୍ୟବାଦୀରେ ଜାତୀୟ ସାଇକେଲ ଦିବସ ପାଳିତ ସହିତ ଫିଟ ଇଣ୍ଡିଆ ସାଇକ୍ଳୋଥନ ଓ ବ୍ଳକ ସ୍ତରୀୟ ୟୁଥ କନଭେନସନ ନେହେରୁ ଯୁବ କେନ୍ଦ୍ର ଓ କ୍ଳବ ସତ୍ୟବାଦୀର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସତ୍ୟବାଦୀ ବ୍ଳକ ଛକ ସ୍ଥିତ ବାଟ ମହାବୀର ମନ୍ଦିର ପ୍ରାଙ୍ଗଣରୁ ଗୁରୁକୁଳର କ୍ରୀଡାବିତଙ୍କ ସହିତ ଅନ୍ୟ ମାନେ ସାଇକେଲ ଶୋଭାଯାତ୍ରା ବଜାର ଦେଇ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ପାନ୍ଥନିବାସ ପରିସରରେ ୟୂଥ କନଭନେସନ ଆରମ୍ଭ ହୋଇଥିଲା । ପୁରୀ ଜିଲ୍ଲାର ନେହେରୁ ଯୁବକେନ୍ଦ୍ର ସଂଯୋଜକଜୟ ଶଙ୍କର ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସତ୍ୟବାଦୀ ଥାନାର ସବ ଇନିସିପେକ୍ଟର ରବିନ୍ଦ୍ର କୁମାର ନନ୍ଦ ଯୋଗଦେଇ ସାଇକେଲ ଚାଳନା କରି ଦେଶକୁ ପ୍ରଦୁଷଣ ମୁକ୍ତ କରିବା ସହ ନିଜେ ଫିଟ ରହିବାକୁ ପରମର୍ଶ ଦେଇଥିଲେ । କ୍ଳବ ସତ୍ୟବାଦୀର ସମ୍ପାଦକ ଜ୍ୟୋତି ( ଆଲୋକ ) ଶଙ୍କର ଖୁଣ୍ଠିଆଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ଯୁବ ସଂଗଠକ ନିଶିିିିକାନ୍ତ (ରିଙ୍କୁ) ପ୍ରଧାନ କ୍ଳବ ସତ୍ୟବାଦୀର ଉପସଭାପତି ସୁରେଶ କୁମାର ସାହୁଙ୍କ ସହ ଅମର କୁମାର ଶତପଥୀ, ପୁର୍ଣ୍ଣାନନ୍ଦ ତ୍ରିପାଠୀ, ତୁଷାର ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇଥିଲେ । ତୋଫାନ ବେହେରା, ଆତ୍ମା ପ୍ରକାଶ, ତ୍ରିନାଥ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କ୍ଳବ ସତ୍ୟବାଦୀର ସଭାପତି ନିହାର ରଞ୍ଜନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।