Breaking News

ସାକ୍ଷୀଗୋପାଳ ବଜାରରୁ ଆଳୁ ଉଭାନ

ସାକ୍ଷୀଗୋପାଳ ----ସାକ୍ଷୀଗେ।।ପଳ ବଜାରୁର ଆଳୁ ଶନିବାର ସଂଧ୍ୟାରେ ଉଭାନ ହୋଇଯାଇଛି । ପିଆଜ ପରେ ଏବେ ଆଳୁର ଦର ବଡିବାରେ ଲାଗିଛି । ଆଳୁ କିଲୋ ଆଜି ୩୦ ରୁ ୩୫ ଟଙ୍କା ହୋଇଯାଇଛି  । ତାହାପୁଣି ମିଳୁନାହିଁ  । ଆଳୁ ଗୋଦାମରେ ପଇସା ଦେଇ କିଛି ସମୟ ପରେ ସେମାନେ ଆଳୁ ବସ୍ତାଟେ ଆଣି ବେପାରୀଙ୍କୁ ଦେଉଛନ୍ତି । ଖୁଚୁରା ଗ୍ରାହକ ମାନଙ୍କ ପାଇଁ ବଜାରରେ ଆଳୁ ମିଳୁନାହିଁ  । ପରିବା ଦେକାନ ଟ୍ରେରେ ଆଳୁ ଏବେ ଉଭାନ ହୋଇଯାଇଛି । ଦିନ ମଜୁରିଆ ଓ ଖୁଚୁରା ଗ୍ରାହକ ମାନେ ଆଳୁ ପାଇଁ ମନ୍ଦିର ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବ୍ୟାଗ ଧରି ବୁଲୁଥିବାର ଦେଖାଯାଇଛି  । ତୁରନ୍ତ ଜିଲ୍ଲା ପ୍ରଶାସନ ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts