Breaking News

ଖଇର ପାଲି ସରକାରୀ ଉପ୍ରା ବିଦ୍ୟାଳୟର ୯୫ତମ ବାର୍ଷିକ ଉତ୍ସବ



ବରଗଡ଼------   ବରଗଡ଼ ଜିଲ୍ଲା ଅତାବିରାବ୍ଲକ ଅନ୍ତର୍ଗତ ଲରାସରା ପଞ୍ଚାୟତର ଖଇରପାଲି ଉପ୍ରା ବିଦ୍ୟାଳୟର ୯୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ମେହେର ସଭାପତିତ୍ୱ କରିଥିଲେ।  ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ରବି ନାରାୟଣ ଦାଶ  ଯୋଗ ଦେଇଥିବାବେଳେ ଅତାବିରା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁଣମଣୀ କର୍ମୀ,ସରପଞ୍ଚ ରଞ୍ଜିତ ସାହୁ, ଚକୁଲିଫାର୍ମ କ୍ଲଷ୍ଟର ସିଆରସିସି ଭକ୍ତ କଂହେଇ ସାମ୍ବାନୀତ ଅତିଥି , ଜାଙ୍ଗେଡ଼ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ମୂଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଗଣେଶ ଓ ବାଗଦେବୀ ସରସ୍ୱତୀ ଦେବୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ ଦ୍ବୀପ ପ୍ରଜ୍ବଳନ କରିଥିଲେ।ଏହାପରେ କୁନି କୁନି ମନ୍ତ୍ର ଉଚ୍ଚାରଣ ସହ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମେହେରଙ୍କ ଦ୍ୱାରା ବାର୍ଷିକ ବିବରଣୀ ପଠନ କରିବାସହ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶିକ୍ଷକ ସୁଦାମ ଭୁଏ ଅତିଥି ପ୍ରଦାନ କରିଥିଲେ। ଆଜିର ଏହି ଉତ୍ସବରେ ସ୍କୁଲ ପାଠପଢା ସାଙ୍ଗକୁ କିପରି ଉନ୍ନତି ପଥରେ ଆଗେଇ ନେଇ ଗାଁକୁ ଉଜ୍ବଳିତ କରିବା ପାଇଁ ଆସିଥିବା ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ।ଏହି ଅବସରରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ୪୦ଜଣ ଛାତ୍ରଛାତ୍ରୀ ତଥା ବିଭିନ୍ନ କ୍ଷେତ୍ରରେ ଟପ୍ପର ହୋଇଥିବା ପି ବିଜୟା, ରାଜେଶ ମହାପାତ୍ର,ପୁଣ୍ୟଶ୍ରୀ ବାଗ, ପ୍ରୀତି ମହାପାତ୍ର,ସୁପ୍ରିୟା ସାହୁ,କେ ସତବାବୁ,ସୁବଙ୍କର ସାଇନ,ସ୍ମୃତି ବାରିକ,ଲିପି ମହାପାତ୍ର ପ୍ରମୁଖଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା।ଶିକ୍ଷୟିତ୍ରୀ ପୂର୍ଣ୍ଣିମା ପଟନାୟକ, ଲିଲିମା ସାହୁ,ପୁଷ୍ପାଞ୍ଜଳି ଭୁଏ,ନିଳିମା ଷଡ଼ଙ୍ଗୀ,ଅଞ୍ଜଳି ପ୍ରଧାନ,ପ୍ରଭାସିନୀ ଭୁଏ,ଶିକ୍ଷକ ଧର୍ମେନ୍ଦ୍ର ବାରିକ,ନିରୋଜ ମେଣ୍ଡଳୀ,ପରିଚାଳନା କମିଟିର ଅଧ୍ୟକ୍ଷ କୃପାସିନ୍ଧୁ ସାହୁ,ହେମନ୍ତ ଭୋଇ ତଥା ଗ୍ରାମବାସୀ ସମ୍ପୁର୍ଣ୍ଣ ସହଯୋଗ କରିଥିବାବେଳେ ଶିକ୍ଷକ ମନୋଜ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ବିଭିନ୍ନ ସମ୍ବଲପୁରୀ ଲୋକନୃତ୍ୟ  ପରିବେଷଣ ହୋଇଥିଲା।
ବରଗଡ଼ରୁ ନବୀନ ଦାଶ ରିପୋର୍ଟ

Blog Archive

Popular Posts