Breaking News

ଗୋଲଡେନ୍ ପେଟାଲ ଇଂଲିସ ମିଡିୟମ୍ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ



 ବରଗଡ଼----ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଲ ବ୍ଲକର ପଲସାଗୋରା ଗୋଲଡେନ ପେଟାଲ ଇଂଲିସ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ବଡ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ପରିଚାଳନା କମିଟିର ନିଦ୍ଦେର୍ଶକ ମହେଶ ପ୍ରସାଦ ଶତପଥି ଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା।  ମୁଖ୍ୟ ଅତିଥି ଭାବେ ସୋନପୁର ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମଦନ ମୋହନ କ୍ଷେତି ଏବଂ ଓଡିଶା କର୍ମ ଜୀବି ସାମ୍ବାଦିକ ସଂଘ ର ରାଜ୍ୟ ଉପ ସଭାପତି ଆଶୁତୋଷ ରଥ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ମାନ ଓ ବିକାଶ ଦିଗରେ ଆଲୋକପାତ କରିଥିଲେ। ଶିକ୍ଷାନୁଷ୍ଠାନର ୩୫ ଜଣ  ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ରୁ  ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀତଜ୍ଞ ବିଜୟ କୁମାର ଦାସ ଏବଂ ସଂଗୀତଜ୍ଞ ଜିତେନ ଙ୍କ ସଂଗୀତ ସମସ୍ତଙ୍କୁ ମୁଗ୍ଧ କରିଥିଲା । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯକ୍ରମ କୁ ସୁପରିଚାଲନା କରିଥିଲେ। ସ୍କୁଲର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ସଚେତନ ବାର୍ତ୍ତା ଦେଇଥିଲେ। ଶେଷରେ ସ୍କୁଲର ଅଧ୍ୟକ୍ଷା ଶୈଳବାଲା ଦାସ ଧନ୍ୟବାଦ ଦେଇଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts