Breaking News

ମାର୍କେଟ ୟାଡ଼ ନାଁ ମଦୁଆଙ୍କ ଆଡ୍ଡା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି


  ବରଗଡ଼ -- ଅତାବିରା ଆରଏମ ସି ଅଧୀନରେ ଥିବା ୟାଡ଼ ମାନଙ୍କରେ ଚାଷୀର ଧାନକୁ ସୁରକ୍ଷିତ ରଖିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି କଭର ସେଟ ପକାଇ ଛନ୍ତି । ମାତ୍ର ଧାନ ବଦଳରେ ମଦୁଆ ମାନଙ୍କ ର ଆଡାଏଠାରେ ବଢ଼ିବାରେ ଲାଗିଛି ।  ୟାଡ଼ ମାନଙ୍କରେ ଅତି ନିମ୍ନ ମାନର ତିଆରି ହେଇଛି ଯାହା ବ୍ୟବହାର ନ ହେଉଣୁ ଜଙ୍କ ଲାଗି ନଷ୍ଟ ହେବାକୁ ବସିଲାଣି । ଅନେକ ସ୍ଥାନରେ ଅଳିଆ ଆବର୍ଜନା ଆଢୁଆଳରେ ରହିଥିବାବେଳେ କେତେକେ ଫାଟି ଆଁ କଲାଣି। କଭର ସେଟ ଗୁଡିକୁ ନିର୍ବାଚନକୁ ଆଖି ଆଗରେ ରଖି ଅତି ନିମ୍ନମାନର କରି ବାଲି ଫିଲିଙ୍ଗ ଜାଗାରେ ସମ୍ପୂର୍ଣ୍ଣ ମାଟି ଫିଲିଙ୍ଗ ସାଙ୍ଗକୁ କାମ ମଧ୍ୟ ଅତି ନିମ୍ନମାନର କରାଯାଇଛି  । ସେତେବେଳେ ଆମେ ଆରଏମ ସି ସେକ୍ରେଟାରୀ ବିଶ୍ୱଜିତ ବାରିକଙ୍କୁ ଅବଗତ କରିଥିଲେ ମଧ୍ୟ ଆମେ କିଛି ଜାଣିନୁ ଭୁବନେଶ୍ୱରରୁ ଜେଇ ଆସି ଦେଖୁଛନ୍ତି।ତାଙ୍କ ସହିତ କଥା ହୁଅନ୍ତୁ ବୋଲି ହାତ ଟେକି ଦେଇଥିଲେ।ଜେଇ ମହାଶୟଙ୍କୁ ମଧ୍ୟ ଆମେ ଯୋଗାଯୋଗ କରିଥିଲୁ ହେଲେ ଜେଇ ମହାଶୟ କେତେବେଳେ ଅନୁଗୁଳ ତ ଆଉ କେତେବେଳେ ଭୁବନେଶ୍ୱର କହି ଠକି ଚାଲି ଆରଏମ ସି ସେକ୍ରେଟାରୀ ବାରିକଙ୍କ ପାଖରେ ଡିଟେଲସ ଅଛି ତାଙ୍କ ପାଖକୁ ଯାଇ ବୁଝିନେବେ କହିଥିଲେ।କିନ୍ତୁ ବାରିକଙ୍କ ପାଖକୁ ଗଲେ ମୋ ପାଖରେ ନାହିଁ କହି କେବଳ ଦୁହେଁ ଦୁହିଁଙ୍କୁ ଦୋଷ ଲଦାଲଦି ହେଇ ଦିନ ଗଡାଇ ମାସ ମାସ ବିତିଯାଇଥିଲେ ମଧ୍ୟ କଣ ରହସ୍ୟ ଓ କାହା ସ୍ୱାର୍ଥରେ ଏଇ ନିମ୍ନମାନର କାମ ହେଉଛି ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି।ହେଲେ  ସେଇ କଭରସେଟ ନିକଟକୁ ଯିବା ପାଇଁ ରାସ୍ତାନାହିଁ,ଧାନ ବୋଝେଇ ଗାଡି କଭର ସେଟ ପାଖକୁ ଗଲେ ରାସ୍ତା ଦବି ଯାଉଛି।ସେଇଥି ପାଇଁ ସେଠି ଧାନ ରଖୁନାହୁଁ ବୋଲି ୟାଡ଼ ଇଂଚାର୍ଜ ମାନେ କୁହନ୍ତି।ତେବେ ଚାଷୀ ପାଇଁ ତିଆରି କଭରସେଟ କାହାପାଇଁ ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନ।ଧାନକୁ ସୁରକ୍ଷିତ ରଖିବା ପାଇଁ ୟାଡ଼ରେ ସିସି କ୍ୟାମେରା ତଥା ସରକାରୀ ମୁଣ୍ଡ ମଧ୍ୟ ଲାଗିଛି ଓ ୟାଡ଼ ଇନଚାର୍ଜଙ୍କ ସମେତ କର୍ମଚାରୀ, ଜଗୁଆଳି ମାନେ ରହୁଛନ୍ତି। ସରକାରୀ କର୍ମଚାରୀ ମାନେ ନିଯୁକ୍ତି ପାଇଥିଲେ ହେଁ ୟାଡ଼ ମାନଙ୍କରେ ଭୋଜିଭାତ ଓ ମଦ ମାଉଁସର ଆସର ଜମୁଛି। ଯାହା ଆମେ କହୁନାହୁଁ ଏଇ କାଠଡେରା ମାର୍କେଟ ୟାଡ଼ର ଦୃଶ୍ୟକୁ ଦେଖିଲେ ଜଣା ପଡୁଛି । ତେବେ(ସିସି କ୍ୟାମେରା)ସରକାରୀ ମୁଣ୍ଡ ଲାଗିଛି,ସରକାରୀ କର୍ମଚାରୀ ଅଛନ୍ତି ତେବେ ୟାଡ଼କୁ ପଶୁଛି କିଏ।ଏମାନଙ୍କ ପାଇଁ ସରକାର ମାର୍କେଟ ୟାଡ଼ ଖୋଲିନାହାନ୍ତି ତ।ଯୋଉପଟେ ନଜର ବୁଲାଇଲେ  ମଦ ପାଉଚ,ମଦବୋତଲ,ବିଭିନ୍ନ ଧରଣର ମସଲା ଗୁଣ୍ଡ ଓ ପେଷ୍ଟ,ମାଉଁସ ଓ ଭୋଜିଭାତ ପାଇଁ ଚୁଲି ବି ତିଆରି ହୋଇଛି।ମଦ ମାଉଁସର ଆସର ସାଙ୍ଗକୁ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ସୃଷ୍ଟି ହେଉଥିବାର ଲୋକେ କହନ୍ତି।ତେବେ ଏହା ମାର୍କେଟ ୟାଡ଼ ଵାଲାଙ୍କ କାମ ନାଁ ବହାରଲୋକଙ୍କ କାମ ବୋଲି ୟାଡ଼କୁ  ଆସୁଥିବା ଚାଷୀ ମାନେ କହନ୍ତି । ତେବେ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାସହ ଅସାଧୁ ବ୍ୟକ୍ତି ବିଶେଷଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି । 
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts