Breaking News

ବିଦ୍ୟୁତ ସର୍ଟସର୍କିଟ ହୋଇ ଧାନକଳ ଜଳିଗଲା

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମ ମୁଣ୍ଡରେ ଥିବା ବେନୁଧର ସାହୁଙ୍କର ଧାନ ମିଲ ବିଦ୍ୟୁତ ସର୍ଟସର୍କିଟ ହୋଇ ଗୁରୁବାର ଅପରାହ୍ନରେ ଜଳି ପୋଡି ଯାଇଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କାର ସମାଗ୍ରୀ ପୋଡି ଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି  ।  ବାତ୍ୟାରେ ଚାଳ ଛପର ଉଡାଇ ନେବାପରେ ସେ ଅସ୍ଥାୟୀ ଭାବେ ପଲିଥିନି ଓ କିଛି ନଡିଆ ବରଡା ପକାଇ  ମିଲ ଚଳାଇଥିଲେ  । ଆଜି ଗୁରୁବାର ହୋଇଥିବାରୁ ମିଲ ବନ୍ଦ ରହିଥିଲା  । ଏଣୁ ମିଲରେ ସାହୁଙ୍କ ପରିବାର ଲୋକ କେହି ନଥିଲେ  । ଅଗ୍ନିକାଣ୍ଡ ଯୋଗୁ ମିଲ ମଧ୍ୟରେ ଥିବା ଧାନ, ଗହମ ,ଚାଉଳ,କୁଣ୍ଡା ସହ ମିଲର ବହୁ ଯନ୍ତ୍ରପାତି ପୋତି ପାଉଁଶ ହୋଇଯାଇଛି । ଖବର ପାଇ ସତ୍ୟବାଦୀରୁ ଅଗ୍ନିଶମ ବିଭାଗର ଚିନ୍ମୟ କୁମାର ଦାଶଙ୍କ ନେତ୍ୃତ୍ୱରେ ମାନସ କୁମାର ବିଶ୍ୱାଳ. ଶରତ ପରିଡା, ବିମଳବାରିକ, ବିଶ୍ୱରଞ୍ଜନ ଭୂୟାଁ ଓ ପରମେଶ୍ୱର ସାମନ୍ତରାୟ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ  ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts