ଚନ୍ଦ୍ରମାଧବ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ପାରକେଣା ଦଳ ବିଜୟି
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ ରେ ଦ୍ୱିତୀୟ ପର୍ଯ୍ୟାୟ କ୍ୱାଟର ମ୍ୟାଚରେ ପାରକେଣା ଦଳ ୧୮ରନରେ ବିଜୟି ହୋଇଛି । ଗୁରୁବାର ପାରକେଣା କ୍ରିକେଟ କ୍ଳବ ଟଚ୍ଚ ଜିତି ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ୮ ଉଇକେଟ ହରାଇ ୧୭୦ ରନ କରିଥିଲେ । ଜବାବରେ ନିମାପଡା କ୍ରିକେଟ ଦଳ ୧୫.୫ବଲରେ ସମସ୍ତ ଉଇକେଟ ହରାଇ ମାତ୍ର ୧୫୨ ରନ କରିଥିଲେ । ୧୮ ରନରେ ପାରକେଣା ଦଳ ବିଜୟୀ ହୋଇଥିଲେ । ବିଜୟୀ ପାରକେଣା ଦଳର ଦିପକ ସାହୁ ନିଜର ବ୍ୟକ୍ତିଗତ ୪୯ ରନ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ସୁରେନ୍ଦ୍ର କୁମାର ସାହାଣୀ ଓ ଗଗନ ବିହାରୀ ବାରିକ ମ୍ୟାଚ ପରିଚାଳନା କରିଥିଲେ । ଆସନ୍ତା କାଲି ଉଛୁପୁର ଓ ଚନ୍ଦନପୁର କ୍ରିକେଟ ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ମା ଚର୍ଚ୍ଚିକା କ୍ରୀଡା ବିଭାଗର ସମ୍ପାଦକ କାଶିନାଥ ସ୍ୱାଇଁଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି