ନରେନ୍ଦ୍ରପୁରରେ କୁରାଳ ପଞ୍ଚମୀ ପର୍ବ ଉଦଯାପିତ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବୁଧେଇ ଗ୍ରାମରେ ଥିବା କୁମ୍ଭାରସାହିରେ କୁରାଳ ପଞ୍ଚମୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପର୍ବ ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଆଜି ହେଉଛି ଶେଷ ଦିବସ । ମା ଲକ୍ଷ୍ମୀ ନାରାୟଣ ମୂର୍ଣ୍ଣୟ ମୂର୍ତ୍ତୀ ଏଠାରେ ପୂଜା ପାଇ ଆସୁଛନ୍ତି । ସୁବାସ ଚନ୍ଦ୍ର ମୁଦୁଲିଙ୍କ ନେତ୍ୃତ୍ୱରେ ଓ ଗ୍ରାମ ବାସୀଙ୍କ ସହଯୋଗରେ ଏହି ପୂଜା ଅନୁଷ୍ଠିତ ହୋଇଆସୁଛି । ବାହ୍ମଣ ସନ୍ତୋଷ କୁମାର ପଣ୍ଡାଙ୍କ ଦ୍ୱାରା ପୂଜା କରାଯିବା ସହ କୁରାଳ ପୁରାଣ ପାଠ କରାଯାଇଥିଲା । ଏହି ଅବସରରେ ପ୍ରତିଦିନ ବାଳଭୋଗ ପରେ ଶଙ୍କୁଡି ଭୋଗ ଲାଗି କରାଯାଇଥାଏ । ଶେଷ ଦିନରେ ବିଶେଷ କରି ଚୁଡାଘଷା, କଦଳୀୁକଟା, ଡାଲାମା, ଖଟା, କ୍ଷୀରି, ଖଜା, ମଣ୍ଡା, ଏଣ୍ୁରୀ ଆଦି ଫଳମୂଳ ଭୋଗ କରାଯାଇଥାଏ । ଏହି ପାଞ୍ଚିଦିନ ସାହିରେ ଏକ ଆନନ୍ଦ ଉତ୍ସାହର ଦିନ ହୋଇଥାଏ । ମଣ୍ଡପକୁ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସୁସଜିତ କରାଯାଇଛି । ଏକ ପଟୁଆରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ମୁଣ୍ଡରେ ଥିବା ପୋଖରୀରେ ବିସର୍ଜନ କରାଯାଇଛି । ସେହିପିର ଆନନ୍ଦପୁର, ରାୟଚକ୍ରଧାପୁର, ପାରେକେଣା, ବଡବସନ୍ତ, ସମେଇପୁର, କେତକିପାଟଣା, ମହାବଳପଡା, ଜୟପୁର, ଶ୍ରୀରାମଚନ୍ଦ୍ରପୁର, ପୋଡଙ୍ଗସାହି ଆଦି ଗ୍ରାମରେ ଆଜି କୁରାଳ ପଞ୍ଚମୀ ପୂଜା ଶେଷ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି