Breaking News

ନରେନ୍ଦ୍ରପୁରରେ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଗଲା

 ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପାଇକସାହିରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ଚାରି ବଖରା ଘର ପୋଡି ଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ଜଣାପଡିଛି । ଗଙ୍ଗାଧର ମହାପାତ୍ର ଓ ଲକ୍ଷ୍ମୀଧର ମହାପାତ୍ରଙ୍କ ଚାରି ବଖରା ଘର ପୋଡିଯାଇଥିବା ଜଣାପଡିଛି  । ଅଗ୍ନିକାଣ୍ଡର କାରଣ ସଠିକ ଜଣା ପଡିନଥିଲେ ମଧ୍ୟ ବିଦ୍ୟୁତ ସର୍ଟସର୍କିଟରୁ ହୋଇଥିବା ଅନୁମାନ କରାଯାଉଛି  । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର ଚିନ୍ମୟ କୁମାର ଦାଶଙ୍କ ନେତ୍ୃତ୍ୱରେ ଦୁଇଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ  । ତୁରନ୍ତ ଅଗ୍ନିବପନ୍ନ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ ଓ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଦାବି କରିଛନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts