Breaking News

ଚନ୍ଦ୍ରମାଧବ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ଉଛୁପୁର ଦଳ ୭ ଉଇକେଟରେ ବିଜୟି

ସାକ୍ଷୀଗୋପାଳ  ---- ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଉଛି  ।  ଦ୍ୱିତୀୟ ପର୍ଯ୍ୟାୟ କ୍ୱାଟର ମ୍ୟାଚରେ ଉଛୁପୁର  ଦଳ ୭ ଉଇକେଟରେ ବିଜୟି ହୋଇଛି  ।  ଚନ୍ଦନପୁର କ୍ରିକେଟ କ୍ଳବ  ଟଚ୍ଚ ଜିତି ପ୍ରଥମେ ବ୍ୟାଟିଂ କରି ୧୪.୪ ବଲରେ ସମସ୍ତ ଉଇକେଟ ହରାଇ ୯୫ ରନ  କରିଥିଲେ  । ଜବାବରେ  ଉଛୁପୁର କ୍ରିକେଟ ଦଳ ୬ ଓଭରରେ ୩ ଉଇକେଟ ହରାଇ ମାତ୍ର ୯୬ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ  । ବିଜୟୀ ଉଛୁପୁର ଦଳର ରାଜେଶ କୁମାର କର ୧୫ଟି ବଲରୁ  ବ୍ୟକ୍ତିଗତ ୪୩ ରନ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା  । ମା ଚର୍ଚ୍ଚିକା କ୍ରୀଡା କ୍ଳବର କୋଷାଧ୍ୟକ୍ଷ ରାଜେଶ ପରିଡା ମ୍ୟାନ ଅଫ ଦି ମ୍ୟାଚ ପୁରଷ୍କାର ଶ୍ରୀ କରଙ୍କୁ ପ୍ରଦାନ କରିଥିଲେ  । ଆଜିର ମ୍ୟାଚ  ରବିନ୍ଦ୍ର କୁମାର ପ୍ରଧାନ  ଓ ସୁବାଷ ଜେନା  ମ୍ୟାଚ ପରିଚାଳନା କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive