ସତ୍ୟବାଦୀରେ ବିଶ୍ୱ ମୃତ୍ତିକା ଦିବସ ଅବସରରେ ମାର ଯନô୍ ଓ ବୃକ୍ଷ ରୋପଣ ଉପରେ ଗରୁତ୍ୱ
ସାକ୍ଷୀଗୋପାଳ --- ପୁରୀ ଜିଲ୍ଲାର ସତ୍ୟବାବୀ କୃଷିଫାର୍ମ ପରିସରରେ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଯୋଗଦେଇ ମାଟିର ପରୀକ୍ଷା କରିବା ପାଇଁ ଚାଷୀ ମାନଙ୍କ ପାଇଁ ନିବେଦନ କରିଥିଲେ । ଯାହା ଫଳରେକି କମ ଖର୍ଚ୍ଚରେ ଅଧିକ ଅମଳ ହୋଇ ପାରିବ ବୋଲି ଅଧ୍ୟକ୍ଷା କହିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଯୋଗଦେଇ ମାଟି ସହିତ ସବୁଜ ବିପ୍ଳବ ତଥା ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର ବେହେରା ଯୋଗଦେଇ ଆମର ଦୁଇଟି ମା । ଗୋଟିଏ ହେଲା ମାଟି ଅନ୍ୟଟି ଜନ୍ମଦାତା ମା ବୋଲି କହିଥିଲେ । ଯେପରି ନିଜର ମାର ଯନô୍ ନେଉଛେ ଠିକ ସେହିପରି ମାଟି ହେଉଛି ଆମର ଅନ୍ୟ ଜଣେ ମା ତାର ସ୍ୱାସ୍ଥ୍ୟ ପାରୀକ୍ଷା କରାଇ ନେବା ଦରକାର ବୋଲି କହିଥିଲେ । ଆତ୍ମା ପରିଚାଳନା କମିଟିର ସଭାପତି ବେବିଲାଲ ମିଶ୍ର, ସହକାରୀ କୃଷି ଅଧିକାରୀ ହୃଦାନନ୍ଦ ସାମନ୍ତରାୟ, ଶାନ୍ତା ସୁଚରିତା ଦାସ ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ମୃତ୍ତିକା ଦିବସ ପାଳନ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଏହି ଅବସରରେ କେତଜଣ ଚାଷୀଙ୍କୁ ମାଟିର ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । ବିଟିଏମ ସୋଲେଶ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ପରେ କାର୍ଯ୍ୟାୟକ ପରିସରରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି