Breaking News

ବ୍ଲକ ସ୍ତରୀୟ ବିଜ୍ଞାନମେଳା ସ୍ଥାନ ନିରୂପଣକୁ ନେଇ ଅଭିଭାବକ ମହଲରେ ତୀଵ୍ର ଅସନ୍ତୋଷ

 ବରଗଡ଼-----   ବ୍ଲକ ସ୍ତରୀୟ ବିଜ୍ଞାନମେଳା ସ୍ଥାନ ନିରୂପଣକୁ ନେଇ ଅଭିଭାବକ ମହଲରେ ତୀଵ୍ର ଅସନ୍ତୋଷ  ପ୍ରକାଶ ପାଇଛି । ଅଭିଭାବକ ମାନେ କୁହନ୍ତି ବିଜ୍ଞାନ ମେଳା କାହାପାଇଁ ହୋଉଛି । ପିଲାମାନଙ୍କ ପାଇଁ ନା ଅଧିକାରୀ ମାନଙ୍କ ପାଇଁ ତାହା ଜଣାପଡୁ ନାହିଁ ।   ସଦର ମହକୁମା ଠାରୁ ଆସନ୍ତା ୧୦ ତାରିଖରେ ହେବାକୁ ବ୍ଲକ ସ୍ତରୀୟ ବିଜ୍ଞାନମେଳା ନିରୂପଣ ସ୍ଥାନକୁ  ୧୩କିଲୋମିଟର ଦୂରତାରେ କରାଯିବା ପାଇଁ ସ୍ଥିର କରାଯାଇଛି। ଅନ୍ୟ ପକ୍ଷେ ବ୍ଲକର ଖରମୁଣ୍ଡା ପଞ୍ଚାୟତର ବିଭିନ୍ନ ଗାଁ ଗଣ୍ଡାର ସ୍କୁଲ ମାନଙ୍କରୁ ୪୦/୪୫କିଲୋମିଟର, ଟାଙ୍ଗରପାଲି ପଞ୍ଚାୟତ ସ୍କୁଲ ମାନଙ୍କରୁ୪୫/୫୦ କିଲୋମିଟର,ପାହାଡ଼ଶ୍ରୀଗୀଡା ପଞ୍ଚାୟତ ସ୍କୁଲ ମାନଙ୍କରୁ ୩୦/୩୫,ଜାଙ୍ଗେଡ଼ ପଞ୍ଚାୟତ ସ୍କୁଲରୁ ୨୮/୩୨,ଲହଣ୍ଡା-ସିଲେଟ ପଞ୍ଚାୟତ ସ୍କୁଲରୁ ୨୫/୩୦କିଲୋମିଟର ପର୍ଯ୍ୟନ୍ତ ଦୂରତା ରହିଛି।କିଲୋମିଟର ଦୂରରେ ବିଜ୍ଞାନ ମେଳା କରିବାର ଲକ୍ଷ୍ୟ କଣ ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି । ସୁଚନା ଯୋଗ୍ୟ ଯେ  ବରଗଡ଼ ଅତାବିରା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ଗତ ଶନିବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜ୍ଞାନ ମେଳା ପାଇଁ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡା ଠାରେ ହେବାର ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।  କିନ୍ତୁ  ଉକ୍ତ ବିଦ୍ୟାଳୟକୁ ଯିବାଆସିବା ପାଇଁ କୌଣସି ପ୍ରକାର ଯାନବାହନର ସୁବ୍ୟବସ୍ଥା ନାହିଁ । ଏବଂ ସେଇ ରାସ୍ତାର ଅବସ୍ଥା ମଧ୍ୟ ଅତି ଶୋଚନୀୟ ହୋଇଥିବାରୁ ବର୍ତ୍ତମାନ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଚିନ୍ତାର କାରଣ ପାଲଟିଛି। ଅତାବିରା ବ୍ଲକ ଅନ୍ତର୍ଗତ ଅପହଞ୍ଚ ଅଞ୍ଚଳର ତଥା ଦୂରଦୂରାନ୍ତରେ ଥିବା ବିଦ୍ୟାଳୟ ଗୁଡିକରୁ ଶିଶୁମାନେ ନିଜ ନିଜ ପ୍ରକଳ୍ପ ସୁରକ୍ଷିତ ଭାବେ ନେବାଆଣିବାରେ ସମସ୍ୟା ଦେଖାଦେଉଛି। ଏତେ ଦୂର ଦୁରାନ୍ତରୁ ନିଜ ପ୍ରକଳ୍ପ ଗୁଡିକ ପହଞ୍ଚାଇବା ଅସମ୍ଭବ ହେବ ବୋଲି ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମତବ୍ୟକ୍ତ କରିଛନ୍ତି।ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ବ୍ଲକ ସ୍ତରୀୟ ବିଜ୍ଞାନ ମେଳାକୁ ଜାତୀୟ ରାଜପଥ କଡରୁ ୧କିଲୋମିଟର ମଧ୍ୟରେ ଥିବା ବିଦ୍ୟାଳୟରେ କରିବାକୁ ଦାବି ହେଉଛି। ଆୟୋଜକ ମାନେ ସ୍ଥାନ ନିରୂପଣ କରିବାବେଳେ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ଥାନ ନିରୂପଣ କରନ୍ତୁ ବୋଲି କେତେକ ଶିକ୍ଷକ ମାନେ ମଧ୍ୟ ମତପ୍ରକାଶ କରିଛନ୍ତି।ଯଦି ଏହି କେନ୍ଦ୍ରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା କରାଯାଏ  ତାହେଲେ ୪୦/୫୦କିଲୋମିଟର ଯିବା ଅତି କଷ୍ଟକର ବୋଲି ଅଭିଭାବକ ତଥା ଶିକ୍ଷକ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏଣୁ ତୁରନ୍ତ ବ୍ଳକ ଓ ଜିଲ୍ଲା ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବା ପାଇଁ ଅଭିଭାବକ ମହଲରେ ଦାବୀ ହେଉଛି।ଏପରି ଏହା ପୂର୍ବରୁ ସ୍କାଉଟ ଗାଇଡ଼ ରାଜ୍ୟ ପୁରସ୍କାର ଟେଷ୍ଟ କେମ୍ପରେ ମଧ୍ୟ ଏଭଳି ଘଟଣା ଘଟିଥିଲା ଅଞ୍ଚଳରେ ଦୁଇ ଶହ ସ୍କାଉଟ ଗାଇଡ଼ ପିଲା ଅତାବିରା ଥିବା ସତ୍ତ୍ୱେ ମଧ୍ୟ ଶିବିର ନ ହୋଇ ମାତ୍ର ୧୫ଜଣ ସ୍କାଉଟଗାଇଡ଼ ପିଲା ଯୋଉ ବରପାଲି ବ୍ଲକରେ ଥିଲେ ସେଠି ହୋଇଥିଲା।  ପୁଣି ବିଜ୍ଞାନମେଳା ରେ ଏଭଳି ସ୍ଥାନକୁ ନେଇ ତୀଵ୍ର ଅସନ୍ତୋଷ ଦେଖା ଦେଲାଣି।
ବରଗଡ଼ ରୁ ନବୀନ ଦାଶଙ୍କ ରିପୋର୍ଟ...

Blog Archive