Breaking News

ବେଗୁନିଆରେ ଡଃ ରାଧାନାଥରଥଙ୍କ ଜୟନ୍ତୀ

ବେଗୁନିଆ----ବେଗୁନିଆ  ନୂଆସାହି ଜଗନ୍ନାଥ ମନ୍ଦିର ପାଖ  ଆମ୍ରକାନନ ପରିସରରେ  ବିଶିଷ୍ଟ ଜନନାୟକ,ପ୍ରବୀଣ ସାମ୍ବାଦିକ  ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୧୨୩ ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ସଭାର ପ୍ରାରମ୍ଭରେ ସ୍ୱର୍ଗତ ରଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ,ସାମ୍ବାଦିକ ବିବେକାନନ୍ଦ ମିଶ୍ର,ଶିକ୍ଷକ ଦିବାକର ସାହୁ,ବିଜୟ କୁମାର ପ୍ରଧାନ ,ସତ୍ୟବାଦୀ ସାହୁ ,ସ୍ମୃତି ପଟ୍ଟନାୟକ.ସମାଜସେବୀ  ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଓ ଆଇନଜୀବୀ ପ୍ରଦୀପ ମଙ୍ଗରାଜ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରଥଙ୍କ ସାମାଜିକ ପ୍ରତିବଦ୍ଧତା ଓ ଉତ୍କୃଷ୍ଟ ସାମ୍ବାଦିକ ଜୀବନ ଉପରେ ଆଲୋକପାତ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ  ପ୍ରତିମା ପ୍ରଧାନ ଧନ୍ୟବାଦ ଦେଇଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts