 |
JAJAPUR |
ଯାଜପୁର--- ଯାଜପୁର ଜିଲ୍ଲା ବରୀ ବ୍ଲକ ନିକଟର ବରୀପାଳରେ ଶୁକ୍ରବାର ପୂର୍ବାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୧୫ ଏକରରୁ ଉର୍ଦ୍ଧ ଆଖୁ ଫସଲ ଜଳିଯାଇଛି । ଯାହାରକି ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କାର ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ଏହି ଆଖୁ କିଆରି ଉପର ଦେଇ ୧୧ କେଭି ବିଦ୍ୟୁତ ତାର ଯାଇଛି । ବିଦ୍ୟୁତ ସର୍ଟସର୍କିଟ ଯୋଗୁ ନିଆଁ ଝୁଲ ପଡି ଏହି ଅଗ୍ନି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ ୧୫ ଏକରରୁ ଉର୍ଦ୍ଦ ଆଖୁ କିଆରି ଜଳିଯାଇଥବା ଜଣାପଡିଛି । ଖବର ପାଇ ବରୀ ଅଗ୍ନିସେବା କେନ୍ଦ୍ରର ହାବିଲଦାର ଜଗନ୍ନାଥ ହେମ୍ବ୍ରମ ଓ ଫାୟାର ମ୍ୟାନ ଦ୍ୱାରିକା ନାଥ ମେକାପଙ୍କ ନେତୃତ୍ୱରେ ୨ ଟି ଟିମ୍ ପହଞ୍ଚି ନିଆାଁକୁ ଆୟତ ହୋଇ ନ ପାରିବାରୁ ଯାଜପୁର ଟାଉନରୁ ଆଉ ଏକ ନିଆଁ ଲିଭାଳି ଟିମ୍ କୁ ଡକାଯାଇଥିଲା । ଦୀର୍ଘ ୩ ଘଣ୍ଟାକାଳ ଏହି ୩ ଟି ଯାକ ଟିମ୍ ପରିଶ୍ର୍ରମ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରି ନେଇଥିଲେ । ତେବେ ଆଖୁ ସମ୍ପୂଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଏ ନେଇ ଆଖୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । କୃଷି ଋଣକରି ଆଖୁ ଚାଷ କରିଥିବା ଆଖୁ ଚାଷୀ ସୁରେନ୍ଦ୍ର ବେହେରା, ବିଷ୍ଣୁପ୍ରିୟା ପଡିଆରୀ,ଗଣେଶ ମଲ୍ଲିକ,ଜୋଭେର ମହମ୍ମଦ, ଫିରୋଜ ଇସଲାମ, ଫକିର ହୁସେନ, ରଙ୍ଗଲତା ବେହେରା,ଜାକିର ହୁସେନ,ମତିନ ମହମ୍ମଦ, ପ୍ରମୁଖ ଚାଷୀଙ୍କର ଆଖୁ ନଷ୍ଟ ହୋଇଥିବାକୁହାଯାଇଛି ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ