ଗଛକୁ ବାଡେଇ ବାଇକ୍ ଆରୋହୀ ଗୁରୁତର
ନୀଳଗିରି----ନୀଳଗିରି ଅଧିନସ୍ଥ ସଜନାଗଡ ପଞ୍ଚାୟତର ହାତୀକୁଟ ଗ୍ରାମର ସୁସାନ୍ତ ମାଣିକ ନାମକ ଜୈନିକ ଯୁବକ ଘରୁ ଭାଲୁକାଶୁଣି ରୁ ନରଣପୁର ରାସ୍ତା ଦେଇ ଯାଉଥିବା ବେଳେ ଗଛକୁ ବାଡେଇ ଗୁରୁତର ହୋଇଥିବାର ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ ଯୁବକ ଜଣଙ୍କ ନିଜର ଗାଡି ଧରି ଦୃତ ଗତିରେ ଯାଉଥିବା ବେଳେ ରାସ୍ତାର ଏକ ବାଙ୍କ ପାଖରେ ଗାଡି ବୁଲାଇ ନପାରି ରାସ୍ତା ତଳକୁ ଖସି ଯିବାରୁ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲେ । ଫଳରେ ଉକ୍ତ ବାଇକ୍ଟି ଭାଙ୍ଗି ଯିବା ସହିତ ସୁଶାନ୍ତଙ୍କର ଅଣ୍ଟାରେ ଯୋର ଆଘାତ ଲାଗିଥିବାର ଜଣାଯାଇଛି । ବାଇକ୍ ଆରୋହୀ ଜଣଙ୍କ ମଣ୍ଡରେ ହେଲ୍ମେଣ୍ଟ ପିନ୍ଧି ଥିବାରୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ôଚଯାଇଥିଲେ ।ଖବର ପାଇଁ ଗାଁ ଏବଂ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ôଚ ଗୁରତର ହୋଇ ପଡିଥିବା ସୁଶାନ୍ତଙ୍କୁ ମେଡିକାଲକୁ ନେଇଯାଇଥିଲେ ।ଦୃତଗତି ଯୋଗୁ ର୍ଦୁଘଟଣା ହୋଇଥିବାର କୁହାଯାଉଛି । ଦୃତଗତିରେ ଯାଉଥିବା ଯାନବାହାନ ଗାଡିର ଆରୋହି ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି ।
ନୀଳଗିରିରୁ ରତିକାନ୍ତ ପରିଡା
ନୀଳଗିରିରୁ ରତିକାନ୍ତ ପରିଡା