Breaking News

ଶ୍ରୀକ୍ଷେତ୍ର ହେବ ବିଶ୍ୱସ୍ତରୀୟ ଐତିହ୍ୟ ସହାର

ପୁରୀ---- ଶ୍ରୀକ୍ଷେତ୍ର ହେବ ବିଶ୍ୱସ୍ତରୀୟ ଐତିହ୍ୟ ପର୍ଯ୍ୟଟନ ସହର  ।  ମାଳତୀପାଟପୁର ଠାରୁ ସିଧା ଏକ ସେତୁ ନିର୍ମାଣ କରାଯିବ ଶ୍ରଦ୍ଦାଳୁ ମାନେ ସହର ମଧ୍ୟକୁ ନଯାଇ ଜଗନ୍ନାଥ ବଲ୍ଲଭରେ ପଂଞ୍ଚି ପାରିବେ । ସେଥିପାଇଁ ଆରମ୍ଭ ହୋଇଛି ଶ୍ରୀସେତୁ ଅଭିଯାନ । ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାମାଜିକ ପ୍ରଭାବ ସର୍ବେଷଣ ଆରମ୍ଭ ହୋଇଛି । ଏ ନେଇ ସାମାଜିକପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ଅଧିସୁଚନା ବା ନୋଟିସ ଜାରି ହୋଇଛି । ଶ୍ରୀସେତୁ ପ୍ରକଳ୍ପ ପାଇଁ ପୁରୀ ତହସିଲ ୪ଟି ମୌଜାର ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ନଂ୧, ଦାଣ୍ଡମାଳସାହିର ମୋଟ ୩୪ ଏକର ୨୪୬ ଡିସିମିଲ ବେସରକାରୀ ଜମି ଅଧିଗ୍ରହଣ କରାଯିବ । ତେବେ ଏହି ଜମି ଅଧିଗ୍ରହଣ ସମୟରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ନୋଟିସ ଜାରି କରାଯାଇଛି ବୋଲି ଉପ ଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି  ।
ପୁରୀରୁ ଜୟନ୍ତ କୁମାର ସେଠୀ
 J sheti
puri

Blog Archive

Popular Posts