Breaking News

ଚଳନ୍ତା ଟ୍ରେନରୁ ଖସିପଡି ଯୁବତୀ ଗୁରୁତର

 J sheti
puri
ପୁରୀ ----- ଚଳନ୍ତା ଟ୍ରେନରେ ଚଡିବା ବେଳେ ଜଣେ ବିବାହିତ ଯୁବତୀଙ୍କ ଗୋଡ ଖସି ଯିବାରୁ ଗୁରୁତର ଭାବେ ଆହତ ହୋଇଛନ୍ତି ।  ସୁଚନାଯୋଗ୍ୟ ଯେ ପୁରୀ ରେଳୱେ ଷ୍ଠେସନ ପ୍ଳାଟଫର୍ମ ୭ ନମ୍ବରରେ ପୁରୀ- ଓଖା ଟ୍ରେନନଂ ୧୮୪୦୧ଏକ୍ସପ୍ରେସ ଟ୍ରେନଟି ଖୋର୍ଦ୍ଧା ଅଭିମୁଖେ ଠିକ ସମୟରେ ପୁରୀରୁ ଛାଡିଥିଲା  ।ଯୁବତୀ ଜଣଙ୍କ ଉକ୍ତ ଚଳନ୍ତା ଟ୍ରେନରେ ଚଡିବା ସମୟରେ ଓଡଣିଟି ଟ୍ରେନରେ ଲାଗିଯିବାରୁ ସେ ଟ୍ରେନ ସହିତ ଘୋଷାଡି ହେବା ସହିତ ଗୁରୁତର ହୋଇ ପଡିଥିଲେ  । କାର୍ଯ୍ୟରତ ଆରପିଏଫଏମଡି ସାଜିଦି ଓ ପି. କେ. ଓଝା ଯୁବତୀଙ୍କୁ ଉଦ୍ଦାର କରି ୧୦୮ ଆମ୍ବଲାନ୍ସ ଯୋଗେ ପୁରୀ ବଡମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ  । ସେଠାରେ ଯୁବତୀଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ପଠାଯାଇଥିବା ଜଣାପଡିଛି । ଏଏସଆଇ ଏ.କେ. ଜେନା ଘଟଣା ସ୍ଥଳରେ ପହଞ୍ଚି ଜଦନ୍ତ ଜାରି ରଖିଛନ୍ତି । ଯୁବତୀ ଜଣଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ମିନତୀ ବେହେରା(୨୯) ତାଙ୍କ ଘର କନ୍ତିଆ ଗ୍ରାମର ବୋଲି ଜଣାପଡିଛି  । ସ୍ୱାମୀ ଓ ପୁଅଙ୍କ ସହିତ ପୁରୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
 ପୁରୀରୁ ଜୟନ୍ତ କୁମାର ସେଠୀ 

Blog Archive

Popular Posts