Breaking News

୨୦ବର୍ଷ ପରେ ରୋଗୀଙ୍କ ମୁହଁରେ ଫୁଟିଲା ହସ;ଏଣିକି ମିଳିବ ରନ୍ଧା ଖାଦ୍ୟ

ନୀଳଗିରି---୨୦ବର୍ଷ ପ୍ରତିକ୍ଷା ପରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ମିଳିଲା ରନ୍ଧା ଖାଦ୍ୟ । ବହୁ ପୂରାତନ ନୀଳଗିରି ଡାକ୍ତରଖାନରେ ରୋଗୀ ମାନଙ୍କୁ ରନ୍ଧା ଖାଦ୍ୟ ମିଳୁନଥିବାରୁ ରୋଗୀ ମାନେ ନାହିଁ ନଥିବା ଅସୁବିଧାରେ ସମୁଖିନ ହେଉଥିଲେ । କିଏ ଘରୁ ରାନ୍ଧି ନେଉଥିଲା ତ ଆଉ କିଏ ହୋଟେଲରୁ କିଣି ରୋଗୀ ମାନଙ୍କୁ ଦେଉଥିଲେ । ଦିର୍ଘ ୨୦ ବର୍ଷ ଧରି ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ମିଳୁଥିଲା  । ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଏବଂ ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା ଡାକ୍ତରଖାନାରେ ରନ୍ଧା ଖାଦ୍ୟ ପାଇଁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ନୟମ ଅନୁଯାୟ ରୋଗୀ ମାନଙ୍କୁ ସକାଳେ,ଦ୍ୱିପ୍ରହର ଓ ସଂଦ୍ଧ୍ୟାରେ ସୁଷମ ଖାଦ୍ୟ ସହ ଶୁଖିଲା ଖାଦ୍ୟ ଦିଆଯିବା ପାଇଁ ସ୍ଥିରକୃତ କରାଯାଇଛି । ଡାକ୍ତରଖାନାକୁ ରାନ୍ଧା ଖାଦ୍ୟ ଯୋଗାଣକାରୀ ମା ବିରଜା ଟ୍ରେଡରସ୍ ଯୋଗାଇବ ବୋଲି ଚୁକ୍ତି କରିଥିବା ବେଳେ ଡାକ୍ତରଖାନରେ ରହୁଥିବା ରୋଗୀ ମାନଙ୍କୁ ସଠିକ୍ ସୟମରେ ସଠିକ୍ ଖାଦ୍ୟ ବଣ୍ଟନ କରାଯିବା ସହିତ ଏକ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯାଇଛି । ନୀଳଗିରି ଉପଜିଲ୍ଲାପାଳ ଏବଂ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ,ନୀଳଗିରି ଡାକ୍ତରଖାନର ଏସ୍ଡିଏମ୍ଓ ଡ.ଅଜୟକୃଷ୍ଣ ସାମଲ ମିଳିତ ଭାବେ ରୋଗୀ ମାନଙ୍କୁ ରାନ୍ଧା ଖାଦ୍ୟ ବଣ୍ଟନ କରିଥିଲେ  । ଏଭଳି ବିଧାୟକଙ୍କ କାର୍ଯ୍ୟକୁ ନୀଳଗିରିବାସୀ ପ୍ରଶଂସା କରିଛନ୍ତି ।
 ନୀଳଗିରିରୁ ରତିକାନ୍ତ ପରିଡା

Blog Archive

Popular Posts