Breaking News

ସରକାରଙ୍କ ଅଜବ ନୀତି; ହିନ୍ଦି ଓ ସଂସ୍କୃତ ଶିକ୍ଷକଙ୍କ ଉପରେ ୨୨୫ଜଣ ଛାତ୍ରୀଙ୍କ ଭାଗ୍ୟ

ବେଗୁନିଆ,---- ଖୋର୍ଦ୍ଧା ଜିଲ୍ଲା  ବୋଲଗଡ ବ୍ଲକ ଧଳାପଥର କଳାପଥର ବାଳିକା  ଉଚ୍ଚ ବିଦ୍ୟାଳୟ ୧୯୮୫ ମସିହାରେ ପ୍ରତିଷ୍ଠା  ହୋଇଥିଲା । ୨୦୧୯ ଶିକ୍ଷାବର୍ଷରେ ୨୨୫ ଜଣ  ଛାତ୍ରୀଙ୍କୁ ୪ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ରହିଥିଲେ  । ଏବେ କେବଳ ହିନ୍ଧି ଓ ସଂସ୍କୃତ ଶିକ୍ଷକଙ୍କ ଉପରେ କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟର ୨୨୫ ଜଣ ଛାତ୍ରୀଙ୍କ ଭାଗ୍ୟ ନିର୍ଭର କରୁଛି ।  ସୁଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ  ବିଜ୍ଞାନ ଶିକ୍ଷକ ମଦନ କୁମାର ପୃଷ୍ଟି ହଠାତ ଅସୁସ୍ଥ ହୋଇ ବର୍ତମାନ କୋମାରେ ଚିକିତ୍ସାଧୀନ ଅଛନ୍ତି  । ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣୀ ସାହୁ ସେପ୍ଟେମ୍ବର ୩୦ ତାରିଖରେ ଚାକିରୀରୁ  ଅବସର ନେବା ପରେ  ବର୍ତମାନ  ହିନ୍ଦୀ ଓ ସଂସ୍କୃତ ଶିକ୍ଷକରେ  ଶିକ୍ଷାଦାନ କେମିତି ଚାଲୁଥିବ ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି । ସରକାରଙ୍କ ଅଜବ ନୀତିରେ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ ପଡି ରହିଥିବା ବେଳେ  ପରିଚାଳନା କମିଟି ପକ୍ଷରୁ ଶିକ୍ଷକ ଦେବା ପାଇଁ ବାରମ୍ବାର  ଅଭିଯୋଗ କରାଯାଉଥିବା ବେଳେ ଏଥିପ୍ରତି କେହି କର୍ଣ୍ଣପାତ କରୁ ନାହାନ୍ତି ।ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବୃନ୍ଦାବନ ଶତପଥିଙ୍କୁ ପଚାରିବାରୁ  ଆଗାମୀ ଦିନରେ ଦୁଇ ଜଣ ଶିକ୍ଷକ ଯୋଗଇଦେବେ ବୋଲି କହିଥିଲେ ।  ଦେଖାଯାଉ ରାଜ୍ୟ ସରକାର ୫ଟିରେ ଶିକ୍ଷା ବିଭାଗକୁ  ସାମିଲ କରିବା ସହ ମୋ ସ୍ଲୁଲ ଅଭିଯାନ ଆରମ୍ଭ କରିଛନ୍ତି । ମାତ୍ର ସବୁ ଯୋଜନା ଗୋଟିଏ ପଟେ ଥିବା ବେଳେ ଉକ୍ତ ସ୍କୁଲ କେଉଁ ଯୋଜନାରେ ରହିବ ତାହା ଆଗାମୀ ଦିନରେ ଜଣାପଡିବ ବୋଲି ବୁଦ୍ଧିଜୀବୀ ମାନେ କହନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା   



Blog Archive

Popular Posts