Breaking News

କୁଚିପୁଡିରେ ଦେଶପ୍ରେମ ଓ ଓଡିଶୀ ନୃତ୍ୟରେ ଭକ୍ତିଭାବ

କୋଣାର୍କ----- ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବ-୨୦୧୯ର ଚତୁର୍ଥ ସନ୍ଧ୍ୟାରେ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମାର୍ଘରେ ନୁଆ ଦିଲ୍ଳୀର ପ୍ରଖ୍ୟାତ କୁଚିପୁଡି  ନୃତ୍ୟ ଶିଳ୍ପୀ ରାଜା ଓ ରାଧା ରେଡି ଏବଂ ସାଥୀ ନୃତ୍ୟଶିଳ୍ପୀମାନେ ପରିବେଷଣ କରିଥିଲେ କୁଚିପୁଡି ନୃତ୍ୟରେ ଦେଶ ଭକ୍ତି । ଶିଳ୍ପୀମାନେ ଭାରତମାତାର ଜୟଗାନ କରିବା ସହ ଅଖଣ୍ଡ ଭାରତରେ ବସବାସ କରୁଥିବା ସର୍ବଧର୍ମାମ୍ବଲମ୍ବୀଙ୍କ ଚଳଣି ପରମ୍ପରା, ସଂସ୍କୃତି ଓ କଳାକୁ ନିଖୁଣ ଭାବେ ପ୍ରତିପାଦିତ କରିଥିଲେ ।
ଦ୍ୱିତୀୟ ସେପାନରେ ଭୁବନେଶ୍ୱରର ତ୍ରିଧାର ନୃତ୍ୟାନୁଷ୍ଠାନର ଓଡିଶୀ ନୃତ୍ୟ ଗୁରୁ ଗଜେନ୍ଦ୍ରପଣ୍ଡା ଓ ସାଥୀ  ସାଥୀ ନୃତ୍ୟଶିଳ୍ପୀମାନେ ପରିବେଷଣ କରିଥିଲେ ପ୍ରହଲ୍ଲାଦ ନାଟକ, ପୁରାଣ ବର୍ଣ୍ଣିତ ବିଷ୍ଣୁଙ୍କ ନୃସିଂହ ଅବତାରକୁ ନୃତ୍ୟଶିଳ୍ପୀମାନେ ଚମକ୍ରାର ଶୈଳିରେ ନୃତ୍ୟାଭିନୟ କରିଥିଲେ ।  ଆଜି ସନ୍ଧ୍ୟାର ଅତିଥି ଭାବେ ଓଡିଶା ଉଚ୍ଚନ୍ୟାଳୟର ମୁଖ୍ୟ ବିଚାରପତି କଳ୍ପେଶ ସତେନ୍ଦ୍ର ଜାଭେରୀ, ପୂର୍ବତଟ ରେଲପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ, ପର୍ଯ୍ୟଟନ ବିଭାଗର ସଚିବ ବିଶାଲ ଦେବ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଚତୁର୍ଥ ସନ୍ଧ୍ୟାର ସାସ୍ତ୍ରୀୟ ନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମକୁ ଉଦ୍ଘଟନ କରିଥିଲେ । ଅଧାପକ ଡଃ ମୃତ୍ୟୁଞ୍ଜୟ ରଥ ଓ ଡଃ ସାଧନା ଶ୍ରୀବାସ୍ତବ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯେ।।ଜନା କରିଥିବାବେଳେ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ. ବିଜୟ କୁମାର ଜେନା, ସଙ୍ଗୀତ ନାଟକ ଏକାଡେମୀର କର୍ଯ୍ୟନିର୍ବାହୀ ଅଧିକାରୀ ଡଃ ସଙ୍ଗୀତା ଗୋସାଇଁ, ପର୍ଯ୍ୟଟନ ବିଭାଗର ଅଧିକାରୀ ରତିକାନ୍ତ ପଟ୍ଟନାୟକ, ସରୋଜକାନ୍ତ ପ୍ରଧାନ, ଶୁସାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ରାଜ୍ୟ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ ଓ  ଓଡ଼ିଶା  ସଙ୍ଗୀତ ନାଟକ ଏକାଡେମୀର ଅଧିକାରୀମାନେ ଉତ୍ସବ ପରିଚାଳନା କରିଥିଲେ । ସେହିପରି ଚନ୍ଦ୍ରଭାଗାଠାରେ ଆୟାଜିତ ପଞ୍ଚଦିବସୀୟ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀରେ ଶିଳ୍ପୀମାନେ ବାଲିରେ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ କଳାକୃତି । ଆଜିର ବିଷୟ ବସ୍ତୁଥିଲା ପ୍ରାରମ୍ପାରିକ କ୍ରୀଡା । ପ୍ରତେହ୍ୟ ଦିନ ୯ଟାରୁ ରାତି ୧୧ଟା ପର୍ଯ୍ୟନ୍ତି ଚନ୍ଦ୍ରଭାଗାର ସ୍ୱାର୍ଣ୍ଣମ ବେଳାଭୂମିରେ ବାଲୁକା କଳାକୃତିକୁ ଦେଖିବା ପାଇଁ ଦର୍ଶକଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି । କୋଣାର୍କ ଅର୍ବାନ ହାଟପରିସରରେ ପୁସ୍ତକ ମେଳା ସହିତ ସାହିତ୍ୟ ଚର୍ଚ୍ଚା ଚାଲିଥିବା ବେଳେ କୋଣାର୍କ ହେଲିପ୍ୟାଡରେ ମିନାବଜାର ଓ ୪ଟି ଯାତ୍ରା ଦଳ ପକ୍ଷରୁ ଯାତ୍ରା ପରିବେଷଣ କରାଯାଉଛି ।
କୋଣାର୍କରୁ ଅଜିତ କୁମାର ମଲିକ 

Blog Archive

Popular Posts