Breaking News

ଦୁଇ ପରିବାରର ୫ ବଖରା ଘର ଜଳିଗଲା

ବରୀ --- ଯାଜପୁର ଜିଲ୍ଲା  ବରୀବ୍ଲକ ଅନ୍ତର୍ଗତ ଭଁଅରା ପଞ୍ଚ।।ୟତର ସଂଗୋଗ ଦେଇପୁର ଗ୍ରାମରେ ଆଜି  ସଂନ୍ଧ୍ୟାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ନବଘନ ରାଉତ ଓ ଲାଲବିହାରୀ ରାଉତଙ୍କ ୫ ବଖରା  ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିବାର ଜଣାପଡିଛି ।  ଲାଲ ବିହାରି ନିଜ ଝିଅ ବିଭାଘର ପାଇଁ ସୁନା ଅଳଙ୍କାର ସହିତ ବହୁ ମୂଲ୍ୟବାନ କାଠ ଉପକରଣ ସହ ଲକ୍ଷାଧିକ ଟଙ୍କାର ଆସବାପତ୍ର  ପତ୍ର ପୋଡି ନଷ୍ଟ ହୋଇଥିବା ଜଣାପଡିଛି । ସୂଚନା ପାଇ ବରୀ ଦମକଳ ବାହିନି ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ   ନିଆଁକୁ ଆୟତ କରିଥିବା ଜଣାପଡିଛି । ଅଗ୍ନିକାଣ୍ଡ ର କାରଣ ସଠିକ ଜଣାପଡି ନାହିଁ  । ଅଗ୍ନିବିପନ୍ନ ପରିବାରଙ୍କୁ  ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବୀ କରାଯାଇଛି ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts