Breaking News

ସତ୍ୟବାଦୀରେ ଶାରଦୀୟ ଦୁର୍ଗା ପୂଜା


 D Senapti
Sakhigopal news


ସାକ୍ଷୀଗୋପାଳ ----ସାକ୍ଷୀାଗୋପାଳରେ ଦୁଇଟି ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି । ଏହି ଅବସରରେ ଶନିବାର ଦିନ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା  । କଳସ ବରଣ ପରେ ପରେ ସପ୍ତମି ପୂଜା  ମାଙ୍କୁ କରାଯାଇଥିଲା  । ଆଜି ଅଷ୍ଟମୀ ପୂଜା କରାଯାଇଛି  । ଏହି ଅବସରରେ ପୀଠ ଗୁଡିକରେ ଅଷ୍ଟମୀ ଭୋଗ କରିବା ପାଇଁ ଲୋକଙ୍କର ଗହଳି ଲାଗିଥିବାର ଦେଖାଯାଇଥିଲା  । ସାକ୍ଷୀଗୋପାଳ ନିୟନ୍ତ୍ରିତ ବାଜର କମିଟି ପରିସର ଓ ରେଳ ଷ୍ଟେସନ ପଡିଆରେ ଏହି ଦୁଇଟି ଯାଗାରେ ପୂଜା କରାଯାଉଛି । ମାଙ୍କ ପାଖରେ ଦୁର୍ଗା ପୁରୁଣା ,ଦୁର୍ଗାସ୍ମୃତି ପାଠ କରାଯାଇଥିଲା  । ଏଥିଯୋଗୁ ମଣ୍ଡପ ଗୁଡିକ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ସେହିପରି ବିଭିନ୍ନ ଗ୍ରାମରେ ପୂଜିତ ମାଙ୍କ ପୀଠ ଗୁଡିକରେ ଷୋଡଶ ଉପଚାରରେ ପୂଜାନୀତି କରାଯାଉଛି । ଏବଂ ମାଙ୍କୁ ବିଭିନ୍ନ ବେଶ ଓ ଶଙ୍କୁଡି ଭୋଗ କରାଯାଇଥିବାର ଜଣାପଡିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts