Breaking News

ବିଦ୍ୟୁତ ଉପଭୋକ୍ତାଙ୍କ ବାଘମାରୀ ସେସୁ କାର୍ଯ୍ୟାଳୟ ଘେରାଉ

ବେଗୁନିଆ--- ବେଗୁନିଆ ବ୍ଲକ ଅନ୍ତର୍ଗତ  ବାଘମାରୀ ସେସୁ କାର୍ଯ୍ୟାଳୟ ଆଗରେ  କଳାପଥର ବିଦ୍ୟୁତ ବିଭାଗ  ଡିଭିଜନ  ଅଧିନରେ ଥିବା  ବଡବେରଣା ,ପୁଇଁଚା,କଂଟାବାଡ ପଞ୍ଚାୟତର ଉପଭୋକ୍ତା ଓ  ମା ଭୁଆଷୁଣୀ ଗ୍ରୀନ ଗ୍ରୁପର ସଦସ୍ୟମାନେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିଲେ  ।  ସେମାନଙ୍କର ୫ ଦଫା ସମ୍ବଳିତ ଦାବି ରହିଥିଲା  ।    ଅଘୋଷିତ ବିଦ୍ୟୁତ କାଟ,ବିଦ୍ୟୁତ ସରବରାହ  କୌଣସି କାରଣରୁ ବିଚ୍ଛିନ୍ନ ହେଲେ ମରାମତି କାର୍ଯ୍ୟରେ ବିଳମ୍ବ,ମନମୁଖି ବିଦ୍ୟୁତ ଶୁଳ୍କ ଆଦାୟ,ମରାମତି କରିବା ପାଇଁ ଅଧିକ କର୍ମଚାରୀ ନିଯୁକ୍ତି, ନିର୍ମାଣଧିନ ଗେଡିଆପଲ୍ଲୀ  ବିଦ୍ୟୁତ ସବଷ୍ଟେସନକୁ  କାର୍ଯ୍ୟକ୍ଷମ କରାଯାଉ ଓ ବିଦ୍ୟୁତ ଉପକରଣ ଗୁଡିକୁ  ଉପଯୁକ୍ତ ଭାବରେପୁନରୁଦ୍ଧାର ଓ  ତଦାରଖ କରାଯିବା ପାଇଁ ଦାବି କରାଯାଇଥିଲା  । ବିଶେଷ କରି ଆକଶରେ କଳା ବାଦଳ ବା ଗକ୍ତରେ ପତ୍ର ହଲିଲେ ବା  ସାମାନ୍ୟ ବର୍ଷାହେଲେ ବିଦ୍ୟୁତ ସରବରାହକୁ ବିଭାଗ ପକ୍ଷରୁ ବନ୍ଦ କରିଦିଆଯାଇଥାଏ  । ଫଳରେ ଉପଭୋକ୍ତା ମାନେ ଅନ୍ଧାରରେ  ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ବେଗୁନିଆ ସେସୁ ଏସଡିଓ,କଳାପଥରଓ ବାଘମାରୀ ଯନ୍ତ୍ରୀ,ବାଘମାରୀ ଥାନା ପୋଲିସ ଉପସ୍ଥିତିରେ ଯଥାଶିଘ୍ର ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି  ପ୍ରତିଶ୍ରୃତି ପାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଉତ୍ତେଜିତ ବିଦ୍ୟୁତ ଉପଭୋକ୍ତା ମାନେ ଆନ୍ଦେଳନରୁ ହଟିଥିଲେ  । ଆରମ ଦାବି ପୂର୍ଣ୍ଣ ନ ହେଲେ ରାଜରାସ୍ତାକୁ ଓହ୍ଳାଇବେ ସେଥିପାଇଁ ବିଦ୍ୟୁତ ବିଭାଗର ଅଧିକାରୀ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।
 ବେଗୁନିଆରୁ  ଯୋଗେଶ୍ୱର ପଣ୍ଡାଙ୍କ ରିପୋର୍ଟ

Blog Archive

Popular Posts