Breaking News

ତିନି ମାସ ମଧ୍ୟରେ କୋଣାର୍କରୁ , ଅଳିଆ ଆବର୍ଜନା ଓ ପଲିଥିନ ହଟିବ

କୋଣାର୍କ ---- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛ ଓ ନିର୍ମଳ ଭାରତ ଗଠନ ଅଭିଯାନରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ଏହି ଅଭିଯାନରେ ଶ୍ରୀ ସିଂ ଜିଲ୍ଲାର ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳି ପୁରୀ ଓ କୋଣାର୍କ ସମେତ ‘ମୋ ବିଚ୍ି’ କାର୍ଯ୍ୟକ୍ରମ ମାଧ୍ୟରେ ସମୁଦ୍ର କୂଳକୁ ସ୍ୱଛ ଓ ନିର୍ମଳ ରଖିବା ପାଇଁ ଲଗାତାର ପ୍ରୟାସ ଜାରିରଖିଛନ୍ତି । ପୁରୀ ଓ କୋଣାର୍କରୁ ପଲିଥିନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବିଭିନ୍ନ ଉପାୟରେ ଜନସଚେତନତା ସୃଷ୍ଟି କରୁଛନ୍ତି । ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ସ୍ୱଛ, ନିର୍ମଳ, ଅଳିଆ ଆବର୍ଜନା ଓ ପଲିଥିନ ମୁକ୍ତ ରଖିବା ପାଇଁ ପ୍ରୟାସ ଜାରିରଖିଥିବା ବେଳେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ସ୍ଥାନୀୟ ବ୍ୟବସାୟୀ, ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ୱାଛାସେବୀ ସଙ୍ଗଠନ ଓ ମହୀଳା ମଣ୍ଡଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ପୁରୀ ଜିଲ୍ଲାପାଳ ଶ୍ରୀ ସିଂ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ଓ ଯୁବସେବା ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା ଆରକ୍ଷୀ ଅଧିକାରୀ ଡ. ଉମାଶଙ୍କର ଦାଶ, ଅନ୍ତର୍ଜାତୀୟ ବାଲୁୁକାକଳା ପ୍ରଦର୍ଶନୀର ବ୍ରାଣ୍ଡ ଆମ୍ବାସାଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ କୋଣାର୍କ ଏନଏସିର ନିର୍ବାହୀ  ଅଧିକାରୀ ଏମ. ଶ୍ରୀନିବାସ, ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ଆନ୍ତ୍ରର୍ଜାତିକ ପର୍ଯ୍ୟଟନ ସ୍ଥଳୀ କୋଣାର୍କକୁ ସ୍ୱଛ, ଅଳିଆ ଆବର୍ଜନା ଓ ପଲିଥିନ ମୁକ୍ତ ସହରରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ପଲିଥିନର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହାକୁ ବ୍ୟବହାର ନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସିଂ ପ୍ରରାମର୍ଶ ଦେଇଥିବା ବେଳେ ଆସନ୍ତା ୩ମାସ ମଧ୍ୟରେ ସହରକୁ ସ୍ୱଛ, ନିର୍ମଳ ଓ ପଲିଥିନ ମୁକ୍ତ ସହରରେ ପରିଣତ କରି ଦେଶରେ ଏକ ନମ୍ବର କରିବା ପାଇଁ ପ୍ରତ୍ୟକ ବ୍ୟକ୍ତିଙ୍କୁ ଶପଥ କରାଇଥିଲେ । ସରକାରଙ୍କ ପକ୍ଷରୁ ସ୍ୱଛତା ପାଇଁ କୋଣାର୍କ ଏନଏସିକୁ ଯୋଗାଇ ଦିଆଯାଇଥିବା ୫ଟି ଅଳିଆ ବୁହା ଗାଡି ପ୍ରତ୍ୟକ ଦିନ ଘରକୁ ଘର ଯାଇ ଅଳିଆ ସଂଗ୍ରହ କରିବାରେ ସହାୟତାର ହାତ ବଢାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ସ୍ୱଛତା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ ।
  କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts