Breaking News

ବଣୁଆ ହାତୀ ନଷ୍ଟ କଲା ଧାନଫସଲ

ବେଗୁନିଆ----- ନାରଗୋଦା ଜଙ୍ଗଲରୁ ଏକ ବଣୁଆ ହାତୀ ଖାଦ୍ୟ ଅନ୍ୱେଷଣରେ ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଓ ବୋତଳମା ପଞ୍ଚାୟତରେ ଜନବସତି ମଧ୍ୟରେ ପଶି ଘରର ପାଚେରୀ କାନ୍ଥ ଭାଙ୍ଗି ଥିବା ବେଳେ  ଧାନ ଫସଲକୁ ନଷ୍ଟ କରିଥିବାର ଜଣା ପଡିଛି । ମୁକ୍ତାପୁର ମୌଜାର ଚାଷୀ ଗଦାଧର ଜେନା,ଦେବରାଜ ସାହୁ,ମାଗୁଣୀ ସାହୁ,ଜୟୀ ସାହୁ,ବୁଧି ଜେନା,ନୀଳକଣ୍ଠ ଜେନା,ରବି ଜେନା ଓ ରବି ସାହୁଙ୍କ ଧାନ ଫସଲକୁ ଦଳି ଚକଟି ନଷ୍ଟ କରିଦେଇଥିବା ବେଳେ ଛତ୍ରପଡା ଗ୍ରାମର ମହେଶ୍ୱର ଚମ୍ପତିଙ୍କ ଧାନ ଘର ଓ ପାଚେରୀକୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts