Breaking News

ପ୍ରଫୁଲ ଯୋଜନା ରେ ୩୦ ଦିନରେ,ଭତ୍ତା ପାଇଲେ ୩୮୧୮ ଜଣ।

 ପୁରୀ ----ପୁରୀ ଜିଲ୍ଲାରେ ପ୍ରଫୁଲ ଯୋଜନା ରେ ଲାଭବାନ ହେଇଛନ୍ତି ୩୮୧୮ ଭିନ୍ନକ୍ଷମ ହିତାଧିକାରୀ।ଫଣି ବାତ୍ୟା ପରେ ପୁରୀ ଜିଲ୍ଲାର ଭିନ୍ନକ୍ଷମ ମାନଙ୍କୁ ସବୁ କ୍ଷେତ୍ର ରେ ସକ୍ଷମ କରିବା ପାଇଁ ଜିଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଛି ଯୋଜନା ପ୍ରଫୁଲ। ଏହି କ୍ରମରେ ବିଗତ ୩୦ ଦିନ(ସେପ୍ଟେମ୍ବର)ମାସ ରେ ରେକର୍ଡ ଭିତ୍ତିକ ଭତା ବଣ୍ଟନ କରାଯାଇଛି। ପୂର୍ବରୁ ପୁରୀ ଜିଲ୍ଲାରେ କେବଳ ସତର ହଜାର ଦୁଇଶହ ଚୌରାନବେ ଭିନ୍ନକ୍ଷମ ଭତା ପାଉଥିବା ବେଳେ ,କେବଳ ବିଗତ ସେପ୍ଟେମ୍ବର ମାସରେ ୩୮୧୮ ଦିବ୍ୟାଙ୍ଗ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି।ତନ୍ମଧ୍ୟରୁ ଅସ୍ତରଙ୍ଗ ବ୍ଲକ ରେ ୧୭୭,ବ୍ରହ୍ମଗିରି୫୪୪ଡେଲାଙ୍ଗ୨୫୯,ଗୋପ,୪୩୮କାକଟପୁର୨୫୦କଣାସ୩୧୫,କୃଷ୍ଣପ୍ରସାଦ୧୦୭,ନିମାପଡ଼ା, ୫୨୯ ପିପିଲି ୪୧୫ ପୁରୀ ସଦର୩୨୮ ସତ୍ୟବାଦୀ ୨୬୮କୋଣାର୍କ ଏନଏସି-୧୬ ,ନିମାପଡା ୨୯,ପିପିଲି ଏନଏସି ୩୧ଓ ପୁରୀ ମ୍ୟୁନିସିପାଲଟି ରେ ୧୧୨ ଜଣ ଭିନ୍ନକ୍ଷମ ମାନଙ୍କୁ ଭତା ବଣ୍ଟନ କରାଯାଇଛି ।ଆଗାମୀ ଏକ ମାସ ମଧ୍ୟରେ ପୁରୀ ଜିଲ୍ଲାରେ ବାକି ରହି ଯାଇଥିବା ୯ ଟି ସ୍ଥାନରେ ଭିନ୍ନକ୍ଷମ ଚିହ୍ନଟ ଶିବିର ଆୟୋଜନ କରି ପ୍ରତ୍ୟକ ଭିନ୍ନକ୍ଷମ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଭତା ବଣ୍ଟନ କରାଯିବ ବୋଲି ପୁରୀ ଜିଲାପାଳ  ଵଲୱନ୍ତ ସିଂହ ଜଣାଇଛନ୍ତି । 

 J sehti
puri news
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts