Breaking News

ବାଙ୍କତରାରେ ଯୁବକଙ୍କ ମୃତ୍ୟୁକୁ ନେଇ ସନ୍ଦେହ


ଓଡ଼ଗାଁ ---- ନୟାଗଡ ଜିଲ୍ଲା ଓଡ଼ଗାଁ ନିକଟସ୍ଥ କୁରୁମବାଙ୍କତରାରେ ଜଣେ  ଯୁବକ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମାତ୍ର ଯୁବକ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ମାନିବାକୁ ନାରାଜ । ଯୁବକ ଜଣକ ହେଉଛନ୍ତି କୁରୁମବାଙ୍କତରାର ବୁଲୁ ସାହୁ। ସେ ଏକ ଡାଲା  ଅଟୋ ଚଳାଉଥିଲେ। ଗତ କିଛି ଦିନ ହେବ ସେ ମାନସିକ ଚାପରେ ରହିଆସୁଥିଲେ। ଗତ ଦୁଇଦିନ ଧରି ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ନିକଟସ୍ଥ ଶୁଲିଆ ଜଙ୍ଗଲରେ ତାଙ୍କର ଝୁଲନ୍ତା ଶବକୁ ଓଡ଼ଗାଁ ପୋଲିସ ଜବତ କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଆତ୍ମହତ୍ୟା ବୋଲି ଜଣାପଡିବାବେଳେ ତାଙ୍କ ବାପା ବୈକୁଣ୍ଠ ନାଥ ସାହୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ସହ ତଦନ୍ତ ଜାରି ରଖିଛି ।


 S daliea
Oragana news
 ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts