Breaking News

ଆଜି ଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ

ପୁରୀ---- ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମିଛି। ହବିଷ୍ୟାଳିମାନେ ଆଜି ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ କରିବା ସହ ମାସେ ଧରି  କାର୍ତ୍ତିକ ବ୍ରତ ପାଳନ କରିବେ। ଏହାପରେ ରାଇଦାମୋଦର ପୂଜା କରିବେ।  ଗୁଆ ନଡ଼ିଆ ବସାଇ ଚଉରା ମୂଳେ ରଙ୍ଗ ବେରଙ୍ଗ ର ମୁରୁଜ ପକାଇ ପୂଜା କରିଛନ୍ତି । ଧୁଆମୁଗ , ପାଚିଲା କଦଳୀ ଓ ସେଓ ଆଦି ଫଳ ମୂଳ ଭୋଗ ଲଗାଇ ରାଧା ଦାମୋଦର ଙ୍କୁ ମାସ ସାରା ପୂଜା କରିବେ।  ଶ୍ରୀଜିଉଙ୍କ ଆଶିଷ ନେଇ ମହାପ୍ରସାଦ ସେବନ କରି ଦିନ କଟାଇବେ। ବର୍ଷକ ମଧ୍ୟରେ କାର୍ତ୍ତିକ ମାସ ଧର୍ମ ମାସ ଭାବେ ଜଣାଶୁଣା ।ଏମାସରେ ଠାକୁରଙ୍କ ନାମ କରିବା ଓ କାର୍ତ୍ତିକ ପୁରାଣ ଶ୍ରବଣ କଲେ ବହୁ ପୂଣ୍ୟ ମିଳେ ବୋଲି କାର୍ତ୍ତିକ ପୁରାଣ ରେ ଲିଖିତ ରହିଛି ।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୩ ହଜାର ହବିଷ୍ୟାଳିଙ୍କ ରହଣୀ ପାଇଁ ୩ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ସେଗୁଡ଼ିକ ହେଲା ରେଲୱେ ଟୁରିଷ୍ଟ କଂପ୍ଲେକ୍ସ, ନରେନ୍ଦ୍ର କୋଣ ହବିଷ୍ୟାଳୀ ସ୍ଥାୟୀ ଆଶ୍ରୟ ସ୍ଥଳ ଓ ପୁରୀ ପୌରସଂସ୍ଥା କଲ୍ୟାଣମଣ୍ଡପ। ହବିଷ୍ୟାଳୀମାନଙ୍କୁ ଶିବିରରେ ସମସ୍ତ ଆନୁସଙ୍ଗିକ ସୁବିଧା ସହ ମହାପ୍ରସାଦ ସେବନର ମଧ୍ୟ ସୁବିଧା ମିଳିବ। ଏଥିସହ ସେଠାରେ ତୁଳସୀ ଚଉରା,  ପୂଜାସ୍ଥାନ ଓ ଭାଗବତ ପାରାୟଣ ପାଠର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।  ଏଠାରେ ହାବିଷ୍ୟାଳି ରହିବା , ଖାଇବା ସହ ବ୍ରତ ପାଳନ ଓ ଜଗନ୍ନାଥ ଦର୍ଶନ ନେଇ ସମସ୍ତ ବ୍ୟବସ୍ଥା ହୋଇଛି। ହାବିଷ୍ୟାଳି ମାନେ ମନ୍ଦିର ଯିବା ନେଇ ସ୍ୱତନ୍ତ୍ର ବସ୍ ର ବନ୍ଦୋବସ୍ତ କରାଯାଇଛି। ବସ୍ ରେ ସ୍ୱେଚ୍ଛାସେବୀ ମାନେ ରହି ହାବିଷ୍ୟାଳିଙ୍କୁ ନେବା ଆଣିବା ରେ ସାହାଯ୍ୟ କରିବେ। ସେହିପରି ପ୍ରତେକ ହାବିଷ୍ୟାଳି ଶିବିରରେ ସୂଚନା କେନ୍ଦ୍ର , ସ୍ୱାସ୍ଥ୍ୟ ସେବା କେନ୍ଦ୍ର , ଅଗ୍ନିଶମ ବାହିନୀ , ପୋଲିସ ସମେତ ଘରୋଇ ସୁରକ୍ଷା କର୍ମୀ ମୁତୟନ କରାଯାଇଛି।   ଶୀତକୁ ନଜର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଗ ଦି , ତକିଆ , ବେଡ଼ ସିଟ ସହ କମ୍ବଳ ଯୋଗାଇ ଦିଆଯାଇଛି।   


 ପୁରୀରୁ ଜୟନ୍ତ କୁମାର ସେଠୀ


Blog Archive

Popular Posts