ପାରିକୁଦକୁ ସବୁଜ ବଳୟ ଲକ୍ଷ୍ୟରେ ବୃକ୍ଷରୋପଣ
କୃଷ୍ଣପ୍ରସାଦ ---- ପୁରୀ ଜିଲ୍ଲା ଅର୍ନ୍ତଗତ କୃଷ୍ଣପ୍ରସାଦ ବ୍ଳକକୁ ସବୁଜ ସୁନ୍ଦର କରିବା ଲକ୍ଷ୍ୟରେ ଅଂଚଳର ଯୁବ ପରିବେଶବିତ୍ ତଥା ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ସବୁଜ ପାରିକୁଦ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ହିମାଂଶୁଙ୍କ ଆହ୍ୱାନ କ୍ରମେ ତିତିପ ପଂଚାୟତ ସରପଞ୍ଚ ରମେଶ ଚନ୍ଦ୍ର ମହାପାତ୍ର,ବଡଝାଡ ସରପଞ୍ଚ ସତ୍ୟବାନ ତରେଇ,ଗୋମୁଣ୍ଡିଆ ସମିତିସଭ୍ୟ ବିଜୟ କୁମାର ତରେଇ,ବୃକ୍ଷବନ୍ଧୁ ତଥା ସମାଜସେବୀ ଶେଷଦେବ ବେହେରା,ରାଜ କିଶୋର ନାୟକ ପରିବେଶ ପ୍ରେମୀ,ପ୍ରକୃତିପ୍ରେମୀ ଡ.ଅକ୍ଷୟ ପଲେଇ,ବନକର୍ମଚାରୀ ସୁନିଲ ଲେଙ୍କା,ଲକ୍ଷ୍ମଣ ବେହେରାଙ୍କ ସହିତ ବଡଝାଡ ପଞ୍ଚାୟତର ବାଲିସାହି ଗ୍ରାମ ମହିଳା ସଂଘ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ । ସବୁଜ ପାରିକୁଦର ସମସ୍ତ ସଦସ୍ୟ ଏଥିରେ ସକ୍ରୀୟ ଭୂମିକା ଅଂଶ ଗ୍ରହଣ କରିଥିଲେ । ବାଲିସାହି ପୋଖରୀ ପଡିଆ ଠାରେ ୨ହଜାରରୁ ଉର୍ଦ୍ଧ ବିଭିନ୍ନ ଚାରା ବୃକ୍ଷରୋପଣ କରାଯାଇଥିଲା । ଅମିତା ତରେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜଳବାୟୁ ପରିବର୍ତନ ଏବଂ ପରିବେଶ ପ୍ରଦୂଷଣରୁ ରକ୍ଷା ପାଇବା ସହିତ ସବୁଜ ପାରିକୁଦ ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଥିବା ଆବାହକ ହିମାଂଶୁ କହନ୍ତି ।
କୃଷ୍ଣପ୍ରସାଦ ବ୍ଳକରୁ ଦୁର୍ଗା ଚରଣ ସ୍ୱାଇଁଙ୍କ ରିପୋ
କୃଷ୍ଣପ୍ରସାଦ ବ୍ଳକରୁ ଦୁର୍ଗା ଚରଣ ସ୍ୱାଇଁଙ୍କ ରିପୋ