କୋଲୁହାପାଟଣାରେ ରକ୍ତଦାନ ଶିବିର,୨୨ ୟୁନିଟ ରକ୍ତ ସଂଗୃହୀତ
ବେଗୁନିଆ-----ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତ ଅନ୍ତର୍ଗତ କୋଲୁହାପାଟଣା ଗ୍ରାମର ମା’ ଗଜଲକ୍ଷ୍ମୀ ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ସୋମବାର ଦିନ ପୂର୍ବାହ୍ନରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ୨୨ ୟୁନିଟ ରକ୍ତ ସଂଗୃହିତ ହୋଇଛି ।ଏହି ରକ୍ତଦାନ ଶିବିରରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ,ପରିଷଦର ସଭ୍ୟ ମନୋଜ କୁମାର ମହାପାତ୍ର,ଦୀପକ କୁମାର ସାହୁ,ପ୍ରଦ୍ୟୁମ୍ନ ସାହୁ,ଶ୍ରୀକାନ୍ତ ସେଠୀ,ଦୁଷ୍ମନ୍ତ ରାୟ ଦଳେଇ ଓ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ଦମ୍ପତି ଅନ୍ତର୍ଯ୍ୟାମୀ ଦଳେଇ ଓ ରଚନା ଦଳେଇ ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ଖୋର୍ଦ୍ଧା ଓଡିଶା ବ୍ଲଡ ବ୍ୟାଙ୍କ ଅଧିକାରୀ ସ୍ୱରୂପ ରଞନ ସାହୁ,ଲାବଟେକନସିିଆନ ଅରୁଣ କୁମାର ସାହୁ ଓ ଅନିରୁଦ୍ଧ ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ସମାଜସେବୀ ଯୋଗେଶ୍ୱର ପଣ୍ଡା ଶିବିରକୁ ପରିଚାଳନା କରିଥିଲେ । ବେଗୁନିଆରୁ ଯୋଗେଶ୍ୱର ପଣ୍ଡାଙ୍କ ରିପୋର୍ଟ