 |
Sakhigopal news |
ସାକ୍ଷୀଗୋପାଳ---- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମାନସ ପଟରେ ଗୁରୁ ତଥା ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ବାଗ୍ମୀ, ପଣ୍ଡିତ , ସମାଜର ସଂସ୍କାରକ ତଥା ତ ସଂସ୍କୃତ ମହାବିଦ୍ୟାଳୟର ପ୍ରତିଷ୍ଠାତା ହରିହର ଦାଶ ଶର୍ମା । ଶ୍ରୀ ଶର୍ମାଙ୍କ ଜନ୍ମ ଜୟନ୍ତୀଙ୍କୁ ମନେ ପକାଇବା ପାଇଁ ଉତ୍କଳମଣି ଗୋପବନ୍ଧୁ ତଥା ତାଙ୍କର ସହଯୋଗୀ ମାନଙ୍କୁ ନେଇ ଅ୍ରାଜିର ଦିନରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଆଜି ସେହି ସତ୍ୟବାଦୀ ବନ ବିଦ୍ୟାଳୟର ୧୧୧ ତମ ପ୍ରତିଷ୍ଠା ଦିବସ ସତ୍ୟବାଦୀ ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି । ଉତ୍କଳମଣି ଗୋପବନ୍ଧୁ ମିଶନ, ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖା ଓ ସେବା ଅନୁଷ୍ଠାନ ପକ୍ଷରୁ ଏହି ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯାଇଥିଲା । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯିବା ସହିତ ସଭାସ୍ଥଳରେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ଫୁଷ୍ପମାଲ୍ୟା ଅର୍ପଣ କରାଯାଇଥିଲା । ଏହି ଅବସରରେ ସାହିତ୍ୟ ଆଲେଚନା ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସାହିତ୍ୟ ଆଲେଚନା ଚକ୍ରରେ କବି ଶଙ୍କର୍ଷଣ ପରିଡା ଅଧ୍ୟକ୍ଷତା କରି ଗୋପବନ୍ଧୁ ଜଣେ କବି, ସାହିତ୍ୟକ, ଉଚ୍ଚ କୋଟୀର ସାମ୍ବାଦିକ ଥିଲେ ବୋଲି କହିଥିଲେ । ଉକବଳମଣି ଗୋପବନ୍ଧୁ ମିଶନ , ସାକ୍ଷୀଗୋପାଳ ଅନୁଷ୍ଠାନର ସଭାପତି ସତ୍ୟବାଦୀ ଦାଶ ସଭାରେ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ବିଜୟ କୁମାର ପରିଡା, ପ୍ରାକ୍ତନଶିକ୍ଷକ ରବୀନ୍ଦ୍ର ନାଥ ଷଡଙ୍ଗୀ ଯୋଗଦେଇଥିଲେ । ମାଟିର ମହକ ଅନୁଷ୍ଠାନର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କବିତା ପାଠ ଉତ୍ସବକୁ ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ଉପାଧ୍ୟକ୍ଷ ଡ. ଶଙ୍କର୍ଷଣ ଦାଶ ଉଦ୍ଘାଟନ କରି ଗୋପବନ୍ଧୁ କବିତା ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଆଗେଇ ଯିବାକୁ ପରାମର୍ଶ ଦେଉଥିଲେ । ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖାର ସଭାପତି ସତ୍ୟବାଦୀ ଦାଶ ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ବକ୍ତା ଭାବେ ଡ. ବଳରାମ ଦାଶ ଯୋଗଦେଇ ରବୀନ୍ଦନାଥ ଠାକୋର ଶାନ୍ତି ନି୍େକତନ ପ୍ରତିଷ୍ଠା କରି ନେବେଲ ପୁରଷ୍କାର ପାଇଥିଲେ । ତା ଠାରୁ ଅଧିକ ଥିଲା ବନ ବିଦ୍ୟାଳୟ । ମାତ୍ର ଉତ୍କଳମଣି ଗୋପବନ୍ଧୁଙ୍କୁ ସେ ସମୟରେ ଅବହେଳିତ କରାଯାଇଥିବା ଅନୁମାନ କରାଯାଉଛି ବୋଲି କହିଥିଲେ । ଏବେ ସମୟ ଆସିଛି ସମସ୍ତ ଓଡିଶାବାସୀ ଏକ ସ୍ୱରରେ ତାଙ୍କୁ ମରଣୋତ୍ତର ଭାରତ ରନ୍ନ ଉପାଧି ପ୍ରଦାନ କରିବା ପାଇଁ ଦାବି କରାଯିବା ଉଚିତ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ଭ୍ରମର ବର ସ୍ୱାଇଁ ଉପସ୍ଥିତଥିଲେ । କବିତା ପାଠ ଉତ୍ସବରେ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ସମ୍ପଦ ରଥ, ସଂଘମିତ୍ର ଦାଶ, ସଂଯୋଜନା କରିଥିବା ବେଳେ ନବଘନ ଶତପଥୀ ଧନ୍ୟବାଦ ଦେଇଥିଲେ । ପୁରୀର ପ୍ରମାସିନି ମିଶ୍ର, ଗଙ୍ଗାଧର ମିଶ୍ର, ବିପିନି ଦଳେଇ, ଖୋର୍ଦ୍ଦାର ଡ. ନିଳାଦ୍ରୀ ନାଥ ଜଗଦେବ, କାକଟପୁର ଡ. ଦୀଲିପ ସେନାପତି,ବଇଣ୍ଡାର ରଞ୍ଜିତା ମିଶ୍ର, ବାଇଧର ମହାପାତ୍ର, ଯୋଗେନ୍ଦ୍ର ନାୟକ, ପ୍ରମିଳା ପଟ୍ଟନାୟକ, ହରେକୃଷ୍ଣ ସ୍ୱାଇଁ , ଚିତ୍ତରଞ୍ଜନ ବିଶ୍ୱାଳଙ୍କ ସହ ବିଭିନ୍ନ ଜିଲ୍ଲାରୁ ୭୦ଜଣରୁ ଅଧିକ କବି କବୟତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଷିକ୍ଷକ ବସନ୍ତ କୁମାର ସ୍ୱାଇଁ, ମୃତ୍ୟୁଞ୍ଜୟ ମହାପାତ୍ର, ଶକ୍ତିଧର ପାଟ୍ଟଶାଣୀ ଓ ବିଷ୍ଠୁ ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି