Breaking News

ଗାନ୍ଧୀ ଆଦର୍ଶ ସମ୍ମାନରେ ଭୂଷିତ ହେଲେ ଅକ୍ଷୟ

ବାଲିଗୁଡା ---- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ରତଙ୍ଗ ଜାର୍ଗୀପଦର ଗାଁର ଅକ୍ଷୟ କୁମାର କର୍ଣ୍ଣଙ୍କୁ ଗାନ୍ଧୀ ଆଦର୍ଶ ସମ୍ମାନରେ ସମ୍ମାନିତ କରାଯାଇଛି। ଭୂବନେଶ୍ବର ସ୍ଥିତ ଶ୍ରୀଜଗନ୍ନାଥ ସେବାସଦନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅକ୍ଷୟଙ୍କୁ ' ଗାନ୍ଧୀ ସ୍ବଚ୍ଛତା ସମ୍ମାନରେ" ସମ୍ବର୍ଦ୍ଧିତ କରାଯାଇଥିଲା। ମୂଖ୍ୟ ଅତିଥି ଭାବରେ ଭୂବନେଶ୍ବରର ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟସାଣୀଙ୍କ କରକମଳରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।ଅକ୍ଷୟ ଏହି ସମ୍ମାନ ପାଇବା ପରେ ସମଗ୍ର କନ୍ଧମାଳରେ ଖୁସିର ଲହରୀଖେଳିଯାଇଛି। ଅକ୍ଷୟ ଏକାଧାରାରେ ଜଣେ ସୁ ସାହିତ୍ୟିକ କଳାକାର ଓ ସମାଜସେବୀ ଭାବରେ ବେଶ୍ ଜଣାଶୁଣା । ବର୍ତ୍ତମାନ କନ୍ଧମାଳ କଳା ଓସଂସ୍କୃତି ସଂଘର ଜିଲ୍ଲା ସଭାପତି ଭାବେ କାର୍ଯ୍ୟରତ ।କଳା ଓ ସଂସ୍କୃତି ସଂଗଠକ ଭାବରେ ଲୋକଙ୍କ ପାଇଁକାମ କରୁଛନ୍ତି ଏବଂ କଳା ସଂସ୍କୃତି ଓ ପରମ୍ପରାକୁ ଉଦ୍ ଜୀବିତ ପାଇଁ  ସେ ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ।

M Panda
kandhamala news
 କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts