Breaking News

ବିଜେପୁରରେ ବିଜେଡିର ବାଜିମାତ ; ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ କାଟିଲେ ରୀତା, ବିଜେଡି ୯୨ ହଜାର ୩୧୭ଖଣ୍ଡ ଅଧିକରେ ବିଜୟୀ


D senapati
Baragarh News
 ବରଗଡ---- ବରଗଡ ଜିଲ୍ଲାର ବିଜେପୁର ଉପନିର୍ବାଚନ ଫଳା ଫଳ ଘେଷଣା ହୋଇଯାଇଛି । ୧୪ଟି ଟେବୁଲ ମାଧ୍ୟମରେ ଗଣତି ଅନୁଷ୍ଠିତ ହୋଇଛି । ପ୍ରଥମ ରାଉଣ୍ଡରୁ ବିଜେଡି ପ୍ରାର୍ଥୀ ଆଗରେ ରହିଥିଲେ  । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅସନରୁ ବିଜୟୀ ହେଇଥିଲେ  । ଏହି ଆସନଟି ଛାଡିବା ପରେ ପୁର୍ନବାର ନିର୍ବାଚନ ହୋଇଥିଲା  ।    ବିଜେଡି ପ୍ରାର୍ଥୀ ରୀତା ସାହୁ ୧ ଲକ୍ଷ ୩୫ ହଜାର ୯୪୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ସନତ ଗଡତିଆ ୩୭ ହଜାର ୯୫୫ଖଣ୍ଡ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ମାତ୍ର ୫ହଜାର ୮୭୧ ଖଣ୍ଡ ଭୋଟ ପାଇଥିବା ଜଣାପଡିଛି  । ବିଜେଡି ବିଜେପୁରରୁ ବିଜୟୀ ହୋଇଛି । ଏହି ଖୁସିରେ ବିଭିନ୍ନ ଯାଗାରେ ଦଳୀୟ କର୍ମୀ ମାନେ ବାଣ, ବାଜ ବଜାଇବା ସହ ମିଠା ବାଣ୍ଟିଥିବାର ଦେଖାଯାଇଥିଲା  ।
 ବରଗଡ ଜିଲ୍ଲାରୁ ନିବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts