 |
Sakhigopal news |
ସାକ୍ଷୀଗୋପାଳ ------- ମୋ ଗାଁ ମୋ ତୀର୍ଥଭୂମି ସମ୍ପର୍କେ ଆଲେଚନା ଚକ୍ର ଅନୁଷ୍ଠିତ ରେ ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ ବାହାରେ ମଳତ୍ୟାଗ କରିବା କେବେହେଲେ ଗ୍ରାମ ପାଇଁ ଶୁଭଙ୍କର ନୁହେଁ । ଯେଉଁ ଗ୍ରାମବାସୀ ମାନେ ବାହାରେ ମଳତ୍ୟାଗ କରୁଛନ୍ତି ସେ ଗ୍ରାମବାସୀ ମାନେ ରୋଗକ୍ରାନ୍ତରେ ପଡୁଛନ୍ତି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାୟଖଣ୍ଡୀ ଗ୍ରାମ ପଞ୍ଚାୟତର ବଡବସନ୍ତ ବଡଡିହ ସାହି ଗ୍ରାମ୍ୟ ଉନ୍ନୟନ କମିଟିର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ଡାଇରେକ୍ଟର ଗଣେଶ ଚନ୍ଦ୍ର ଭୋଇ ଯୋଗଦେଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଥିଲେ । ସମ୍ମାନୀତ ଅତିଥି ବିଡିଓ ସରୋଜ କୁମାର ଦତ୍ତ , ଦିବାକର ପ୍ରସାଦ ହରିଚନ୍ଦନ, ଧୀରେନ୍ଦ୍ର ନାଥ ଦାସ, ଫିଡବ୍ୟାକ ଫାଇଣ୍ଡେସନ୍ର ପ୍ରକାଶ ପାଣି, ଅନ୍ନପୂର୍ଣ୍ଣା ପରିଡା, ଭରତ କାନ୍ତ ଦ୍ୱୀବେଦୀ , ସରପଞ୍ଚ ବାସନ୍ତୀ ବେହେରା, ଲେଖକ ଶଙ୍ଖନାଦ ମୁଦୁଲି, ଫେଡୋକେ କମୁନିଟି ଏନେଗେଜମେଣ୍ଟ ମ୍ୟାନେଜର ଦୀଲିପ ଦାଶ ଯୋଗଦେଇ ସ୍ୱଚ୍ଛତା ହିଁ ସେବା, କାହିଁ କେଉଁ କାଳରୁ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି । ମାତ୍ର ଆମେ ଏବେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଛେ ବୋଲି ଅତିଥି ମାନେ କହିଥିଲେ । ପ୍ରଥମେ ଅତିଥିମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଗ୍ରାମ୍ୟ କମିଟି ପକ୍ଷରୁ ସଭାରେ ସଭାପତିତ୍ୱ କରିଥିଲେ କୌଳାସ ଚନ୍ଦ୍ର ମହାପାତ୍ର । ଅତିଥିପରିଚୟ ଓ ସଭାରେ ସଂଯୋଜନା କରିଥିଲେ ଗଦାଧର ମଲିକ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ନାଟକ ‘ମନ ବୁଝିଥିଲେ ମନକୁ ହୁଏ ’ପରିବେଷଣ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ପିଲାମାନଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ । ଗ୍ରାମ୍ୟ କମିଟି ସଭାପତି କବିତା ପ୍ରଧାନ, ସମ୍ପାଦକ ସତ୍ୟନାରାୟଣ ନାୟକ, ବୈକୁଣ୍ଠ ପ୍ରଧାନ, ଭାର୍ଗବୀ ସେବା ସଂଗଠନ ସଭାପତି ଅଜୟ କୁମାର ପ୍ରଧାନ, ସମ୍ପାଦକ ସଂଜୟ କୁମାର ମଲିକ, ମା ଜାଗେଶ୍ୱରୀ ଯୁବ ପରିଷଦ ସଭାପତି ରାଜୀବ ଲୋଚନ ମହାନ୍ତି, ସମ୍ପାଦକ ବିନୟ କୁମାର ନାୟକ ପ୍ରମୁଖ ଗ୍ରାମବାସୀ ମାନେ ସଭାଟିକୁ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି