ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ
ବରୀ ----- ବରୀ ଅଂଚଳରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ କରିବା ପାଇଁ ଆତ୍ମ ପ୍ରକାଶ କରିଥିବା “ଚାଳଘର”ସାହିତ୍ୟ ସଂସଦ ଅନୁଷ୍ଠାନ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ କଳାମାଟିଆ ସ୍ଥିତ ସହିଦ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଳାମାଟିଆ ସହିଦ୍ ବିଦ୍ୟାପୀଠରୁ ସହିଦ୍ ପୀଠକୁ ପଦଯାତ୍ରା ସହିତ ସହିଦ୍ ପୀଠର ସହିଦ୍ ସ୍ତମ୍ଭରେ ପୁଷ୍ପାଞ୍ଚଳି ଅର୍ପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ “ଚାଳ ଘର”ର ସଭାପତି ନିର୍ମଳ ଚନ୍ଦ୍ର ସାମଲ ସଭାପତିତ୍ୱ କରିଥିଲେ । ବରୀ ଅଂଚଳର ସମସ୍ତ ଅବସରପ୍ରାପ୍ତ ପ୍ରତିରକ୍ଷା ବାହିନୀର କର୍ମଚାରୀ ଓ ଅଧିକାରୀ୧୯୦ ଜଣ ସେନା ଙ୍କୁ ମାନପତ୍ର ,ଉତ୍ତରିୟ ଓ ପୁଷ୍ଫଗୃଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । “ଚାଳଘର” ସାହିତ୍ୟ ସଂସଦର ସମ୍ପାଦକ ପ୍ରତାପ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରୀ ବ୍ଲକ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଯୋଗଦାନ କରି କରିଥିଲେ ।
ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ -
ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ -