Breaking News

ବଡଆଙ୍କୁଲା ବିଦ୍ୟାଳୟରେ ନୂତନ ଡ୍ରେସ ବଣ୍ଟନ




D Senapati
Delang News
ଡେଲାଙ୍ଗ-------  ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ବଡଆଙ୍କୁଲା ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କୁ ନୂତନ ପୋଷାକ ବିତରଣ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବ୍ଳକ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର, ଅତିରିକ୍ତ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା, ରବିନାରାୟଣ ମହାପାତ୍ର, ସ୍ଥାନୀୟ ସରପଞ୍ଚ ରମାଦେବୀ ରାଉତରାୟ , ପୂର୍ବତନ ସରପଞ୍ଚ ଦୁର୍ଗା ଚରଣ ରାଉତରାୟ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୀମାଞ୍ଚଳ ପ୍ରଧାନ  ପ୍ରମୁଖଙ୍କ ଉପସ୍ଥିତିରେ ୩୯ ଜଣ ଛାତ୍ର ଛାତ୍ରୀଙ୍କୁ ଦୁଇହଳ ବିଦ୍ୟାଳୟ ଡ୍ରେସ ବଣ୍ଟନ କରାଯାଇଛି । ଶିକ୍ଷକ ରମେଶ ବଳବନ୍ତରାୟଙ୍କ ସହିତ ଅନ୍ୟ ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ  । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts