Breaking News

ଜଳଖିଆ ଦେକାନରୁ ନାଗ ସାପ ଉଦ୍ଦାର


ସାକ୍ଷୀଗୋପାଳ ---- ସୁଆଣ୍ଡୋ ବ୍ରିଜ ନିକଟରେ ଥିବା ବାନାମ୍ବର ବେହେରାଙ୍କ ଜଳଖିଆ ଦେକାନରେ ଏକ ନାଗ ସାପ ରହିଥିବା ଜଣାପଡିଥିଲା  । ସାପକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ ହୋଇଥିଲା  । ସାପଟି ଭୟରେ ଦେକାନ ଭିତରେ ଲୁଚିକି ରହିଯାଇଥିଲା  । ସ୍ନେକ ହେଲ୍ପଲାଇନର ସଦସ୍ୟ ରାମଚନ୍ଦ୍ର କାଣ୍ଡି ଖବର ପାଇ ସେଠାରେ ପହଞ୍ଚି ସାପଟିକୁ ଧରିଥିଲେ  । ସାପଟିକୁ ପଟ୍ଟନାୟକିଆ ଜଙ୍ଗଲରେ କାଣ୍ଡି ଛାଡି ଦେଇଥିବା ଜଣାପଡିଛି  । ସୁଚନାଯୋଗ୍ୟ ଯେ କାଣ୍ଡିଙ୍କର ଗୋଟିଏ ହାତ ଦୁର୍ଗଟଣାରେ ନଷ୍ଟ ହୋଇଯାଇଥିଲେ ମଧ୍ୟ ସେ ଗୋଟିଏ ହାତରେ ସାପ ଧରି ଚାଲିଛନ୍ତି । ତୁରନ୍ତ ଶ୍ରୀ କାଣ୍ଡିଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଜଣସାଧାରଣଙ୍କ ପକ୍ଷରୁ ଦାବି ହୋଉଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts