ବିଡ଼ିଓଙ୍କ ମନମୁଖୀ କାଯ୍ୟରେ ବ୍ଲକ ଅଧ୍ୟକ୍ଷା ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି
ବରୀ----- ବରୀ ବ୍ଲକ ପରିସରରେ ଆଜି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ମାତ୍ର ବିଡ଼ିଓଙ୍କ ମନୋମୁଖି କାର୍ଯ୍ୟକୁ ବିରୋଧ କରି ବ୍ଲକ ଅଧକ୍ଷା ତୀବ୍ର ବିରୋଧ କରିଛନ୍ତି । ବରୀ ବିଧାୟିକା ବ୍ଲକ କାର୍ଯ୍ୟାଳୟ ରେ ପହଂଚିବା ପରେ ଉଭୟ ବଜେପି ଓ ବିଜେଡି ମଧ୍ୟ ରେ ମୁହାଁ ମୁହିଁ ଅବସ୍ଥା ସୃଷ୍ଟି ହୋଇଥିଲା । ବିଡ଼ିଓ ଶୁଭଶ୍ରୀ ତ୍ରିପାଠୀ ପତ୍ର ମାଧ୍ୟମ ରେ ଅଧକ୍ଷା ଓ ପଞ୍ଚାୟତ ସମିତିର ସରପଞ୍ଚ ସଭ୍ୟା ଓ ସଭ୍ୟ ମାନଙ୍କ ସହିତ ଆଲୋଚନା ନ କରି ତାରିଖ ଧାର୍ଯ୍ୟ କରାଯାଇଛି । ପତ୍ର ରେ କାର୍ଯ୍ୟl ଦେଶ ବଣ୍ଟନ ର ସମୟ ଲେଖା ନଯିବା ଓ ବ୍ଲକ ର କୌଣସି ଉଁନ୍ନୟନ ମୂଳକ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷାଙ୍କୁ ଇଡିଓ ନ ପଚାରିବା ଆଦି ଘଟଣାକୁ ବ୍ଲକ ଅଧ୍ୟକ୍ଷା ଘୋର ବିରୋଧ କରିଥିଲେ । ପରେ ବରୀ ବିଡ଼ିଓ ମହୋଦୟା ଆସି ନିଜର ଭୁଲ ସ୍ୱିକାର ପରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ସେହିପରି ସେଠାକୁ ଯାଇଥିବା ଲୋକ ମାନଙ୍କ ପାଇଁ କୌଣସି ପ୍ରକାର ପାନିୟ ଜଳ ବ୍ୟବସ୍ତା ନ କରିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ କୁ ଲୋକମାନେ ନାପସନ୍ଦ କରିଛନ୍ତି ।
ବରୀରୁ ଦର୍ଶନ ବେହେରା