Breaking News

ଭକ୍ତ ଦାସିଆ ସ୍ମୃତି କମିଟିର ବୈଠକ

ଡେଲାଙ୍ଗ---- ମହାପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ଭକ୍ତ ଶିରୋମଣି ଦାସିଆଙ୍କ ପୀଠ ପରିସରରେ ସ୍ମୃତି କମିଟିର ମାସିକିଆ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା  । ପୁରୀ ଶ୍ରୀମନ୍ଦିରରଉପ ପ୍ରଶାସନ ଡ. ଭାସ୍କର  ମିଶ୍ର, ସହ ପ୍ରଶାସକ ସରୋଜ କୁମାର ରାୟ ଓ ବିଚିତ୍ରାନନ୍ଦ ନାୟକ ପ୍ରମୁଖ ଯୋଗଦେଇଥିଲେ  । ଜଗନ୍ନାଥ ପ୍ରେମୀ ଗୋପିନାଥ ଦାସ ଦାସିଆ ପୀଠରେ ଜଗ୍ନନାଥଙ୍କମୂର୍ତ୍ତିଙ୍କ ପାଇଁ ବଡ ସିଂହାର ବେଶ ପାଇଁ ଖଣ୍ଡୁଆ ପାଟ ଓଉତ୍ତରୀ ପ୍ରଦାନ କରିଥିଲେ  । ଡ; ଆରତୀ କର ପୁଲି ସେବକ ତଥା ଉପସ୍ଥିତ ସଦସ୍ୟଙ୍କୁ ଭକ୍ତ ଦାସିଆଙ୍କ ଐତିହ୍ୟ ଓ ଆଦର୍ଶର ସମ୍ପର୍କେ କହିଥିଲେ  । ଜଗନ୍ନାଥସଂସ୍ଥାନର ସମ୍ପାଦକ ପୀତବାସ ରାଉତରାୟ ଜଗନ୍ନାଥ ମନ୍ଦିର ସହିତ ଉକ୍ତ ପୀଠର ନୀତିକାନ୍ତି ଏକ ହେବ ସେ ସମ୍ପର୍କରେ ଆଲେଚନା କରିଥିଲେ  । ଅନ୍ୟ ମାନଙ୍କ ମଦ୍ୟରେ ଡ. ଭାସ୍କର ମିଶ୍ର, ପୀଠର ପ୍ରସାର ପ୍ରଚାର କରିବା ସମ୍ପର୍କେ ମତ ରଖିଥଲେ  । ପୀଠକୁ ସୁଗମ ରାସ୍ତା ନିର୍ମାଣ କରାଯାଉଥିବା କାମକୁ ସମସ୍ତେ ସହଯୋଗ କରିବା ପାଇଁ କହିଥିଲେ  । ପୀଠର ପରିଚାଳନା କମିଟିର ସମ୍ପାଦକ ଡ. ଘନଶ୍ୟାମ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଦିଲିପ କୁମାର ପଟ୍ଟାନୟକ, ଅର୍ଜୁନ ଚରଣ ସାମଲ, ହୃଷିକେଶ ଜେନା, ସରୋଜ କୁମାର ସାହୁ, ଗଦାଧର ବେହେରା ପ୍ରମୁଖ ବୈଠକରେ ଯୋଗଦେଇନିଜ ନିଜର ମତ ରଖିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts