Breaking News

ଭରଣ ପୋଷଣ ଓ ନ୍ୟାୟ ପାଇବା ପାଇଁ ପୁରୀ ପରିବାର କୋର୍ଟରଦ୍ୱାରସ୍ଥ ହେଲେ ମହିଳା

ସାକ୍ଷୀଗୋପାଳ ----ନିଜର ୩ ବର୍ଷର ଶିଶୁପୁତ୍ର ଓ ନିଜର ଭରଣ ପୋଷଣ ଓ ନ୍ୟାୟ ପାଇବା ପାଇଁ  ଜଣେ ମହିଳା ପୁୁୁରୀ ପରିିିବାର କୋଟର ଅଭିିଯୋଗ କରିିିଥିିିବା ଜଣାପଡିଛି । ସତ୍ୟବାଦୀ ଥାନା ଅନ୍ତର୍ଗତ  ପରଜାପଡା ଗ୍ରାମର ପିୟବତ୍ର ମିଶ୍ରଙ୍କ ପତ୍ନୀ ସୁନିତା ପଟ୍ଟନାକୟ (୨୫) ପୁୁୁରୀ ପରିିିବାର କୋର୍ଟଙ୍କ ପାଖରେ ଭରଣ ପୋଷଣ ପାଇଁ ଏକ କେସରୁଜ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସୁନିତାଙ୍କ ଘର ପୁରୀ ନବକଳେବର ରୋଡର ବାଲିଘାଟ ଭାରତୀପୁର ଅଞ୍ଚଳରେ  ।  ସୁନିତାଙ୍କୁ ୨୭/୧୧/୨୦୧୪ ମସିହାରେ ଆଖଣ୍ଡଳ ମଣୀ ମନ୍ଦିର ପରିସରରେ ପିୟବତ୍ର  ବୈଦିକ ରୀତିରେ ପ୍ରେମ ବିବାହ କରିଥିଲେ  । ଏବେ ତାଙ୍କର ୩ ବର୍ଷର ପୁଅ ରହିଛି । ବିବାହ ସମୟରେ ସୁନିତାଙ୍କ ବାପା ଭାରତୀପୁର ମୌଜାରେ ଖାତାନଂ-୩୪୦/୧୪୩ ପ୍ଳଟ ନଂ- ୧୧୮/୨୧୧୯ରକବା ୩ ଡିସିମିଲି ୧୦-୧୦-୧୪ରେ ଜୋଇଁ ତଥା ପିୟବ୍ରତ ନାମରେ ଦାନସୁତ୍ରେ କବଲା କରିଥିଲେ  । ଏବେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିବା ଯୋଗୁ  ଦୀର୍ଘଦିନ ହେବ ସୁନିତା ଶିଶୁ ପୁତ୍ରକୁ ଧରି ବାପା ଘରେ ରହିଛନ୍ତି । ଅନେକଥର ଭଦ୍ରଲୋକଙ୍କ ଜରିଆରେ ଏହି କଥାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସୁଫଳ ନ ମିଳିନଥିଲା  । ଶେଷରେ ନ୍ୟାୟ ଓ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସତ୍ୟବାଦୀ ପୋଲିସରେ ସୁନିତା ଅଭିଯୋଗ କରିଥିଲେ  । ସୁନିତାଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ପୋଲିସ ପିୟବ୍ରତଙ୍କୁ ଗିରଫ କରିବା ସହ ସୁନିତା ବାହାଗର ସମୟରେ ଆଣିଥିବା ଯାନି ଯୌତୁକସାମଜ୍ରୀ ପୋଲିସ ଜବତ କରି  ସୁନିତା ଜିମା ଦେଇଥିଲେ  । ଏବେ ସୁନିତା ଭରଣ ପୋଷଣ ଓ ଦାନସୁତ୍ରେ ଦିଆଯାଇଥିବା ଜମି ଫେରସ୍ତ ପାଇବା ପାଇଁଁ ପୁୁୁରୀ ପରିିିବାର କୋର୍ଟର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts